ସ୍ୱାୟତ୍ତ ଶାସନ ଦିବସ ପାଳିତ…

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପରିସର ମଧ୍ୟରେ ସ୍ୱାୟତ୍ତ ଶାସନ ଦିବସ ୨୦୨୦ ନିରାଡାମ୍ବର ଭାବରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ତାଙ୍କ ବକ୍ତବ୍ୟରେ ସ୍ୱାୟତ୍ତ ଶାସନ ଦିବସର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ବିଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବିଞାପିତ ଅଞ୍ଚଳ ପରିଷଦ ତରଫରୁ ନିଆ ଯାଉଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀତା ବିଷୟରେ ଆଲୋକପାତ କରିବା ସହିତ ଲୋକମାନଙ୍କୁ ଉତ୍ତମ ଭାବରେ ମୌଳିକ ସେବା ଯୋଗାଇ ଦେବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ସ୍ୱାୟତ୍ତ ଶାସନ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀ ଧର୍ମପ୍ରିୟ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟର କର୍ମଚାରୀ, ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ, ପୂର୍ବତନ କାଉନସିଲ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ସିମିତ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଦରୱାନ ଅଳିଆ ପରି ବହନ ପାଇଁ ଉଦ୍ଦିଷ୍ଟ ପାଞ୍ଚ ଗୋଟି ବ୍ୟାଟେରୀ ଚାଳିତ ଗାଡିର ଲୋକାର୍ପଣ କରିଥିଲେ । ଏହା ପରେ ପରେ ଗାଇସିଲେଟ ରୋଡ ଠାରେ ଥିବା ମାଇକ୍ରୋ କମ୍ପୋଷ୍ଟଂ ସେଣ୍ଟର (MCC) ଏବଂ ମେଟେରିଏଲ ରିକଉରି ସେଣ୍ଟର (Mrc) ପରିସର ମଧ୍ୟରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି, ସ୍ୱଚ୍ଛସାଥୀ ଏବଂ କର୍ମଚାରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଥିଲା ।