ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଏମସିସିଓ ପ୍ରେସକ୍ଳବ ହିଞ୍ଜିଳିକାଟୁ ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେଚପିଏଲ ୨୦୨୨ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ, ସମ୍ନାନୀୟ ଅତିଥି ଭାବେ ଶେରଗଡ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ଥାନା ଅଧିକାରୀ ଅଭିମନ୍ୟୁ ଦାସ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ଼ ନଂ ୱାର୍ଡ ସଭ୍ୟା ବିଳାସିନୀ ମହାନ୍ତି, ହିଞ୍ଜିଳିକାଟୁ ପୌରପରିଷଦ ୱାର୍ଡ଼ ନଂ ୧୯ୱାର୍ଡ ସଭ୍ୟ ବସନ୍ତ କୁମାର ନାୟକ ଓ ପ୍ରେସକ୍ଳଵ ହିଞ୍ଜିଳିକାଟୁ ସଭାପତି ଦ୍ୱୀତୀକୃଷ୍ଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଦ୍ଵିପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା