ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ପାଳନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ସ୍ଥାନୀୟ ହିଲପାଟଣା ସ୍ଥିତ ଶ୍ରୀକ୍ଷେତ୍ର ଭବନରେ ଓଡିଶାରେ ନିଶା ନିବାରଣ ଆଇନ ୧୯୫୬ ତୁରନ୍ତ ଓଡ଼ିଶାରେ ଲାଗୁ କରିବାକୁ ଭାରତୀୟ ବିକାଶ ପରିଷଦ ଏବଂ ସଂସାରର ମିଳିତ ଉଦ୍ୟମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ  ଗଞ୍ଜାମ ବାରର ପୂର୍ବତନ ସଭାପତି ଲଳିତ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ସଂକଳ୍ପ ବୋଧ ଦେଶ ସେବକ, ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ସଂଗ୍ରାମର ଅନନ୍ୟ ସାଧକ, ବିଶିଷ୍ଠ ଚିନ୍ତା ନାୟକ, ସେବା ଓ ତ୍ୟାଗର ପ୍ରତୀକ ତଥା ମହାତ୍ମା ଗାନ୍ଧୀ, ବିନୋବା ଭାବେ ଏବଂ ଲୋକ ନାୟକ, ଜୟପ୍ରକାଶ ନାରାୟଣଙ୍କ ଘନିଷ୍ଠ ସହକ୍ରମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀରେ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ପ୍ରଣାମ ଜଣାଇ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ଆବାହକ ଗୁରୁ ଚରଣ ପାତ୍ର ଏଥିରେ ଅଧ୍ୟକ୍ଷତା କରି ଏହିଭଳି କାର୍ଯ୍ୟକୁ ଗଣାଭିମୁଖୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ସଂସାର ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଶେଖ ଆସଫକ ଅଲ୍ଲୀ, ଗୌରୀ ଶଙ୍କର ମହାନ୍ତି, ଦୀପକ କୁମାର ପଣ୍ଡା, ହୃଷିକେଶ ପାତ୍ର, ଲଲଟେନ୍ଦୁ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା