ସ୍ୱର୍ଗତ ଛନ୍ଦା ଆଜ୍ଞାଙ୍କୁ ଶ୍ରଦ୍ଧାଞ୍ଜଳି…

ପଦ୍ମପୁର (ସମୃଦ୍ଧ ଓଡିଶା) ପଦ୍ମପୁର ଲାଲବାହାଦୁର ଶାସ୍ତ୍ରୀ ଉ.ପ୍ରା ବିଦ୍ୟାଳୟର ପୁରାତନ ଶିକ୍ଷକ ସ୍ୱର୍ଗତ ଛନ୍ଦା ଚରଣ ମହାନ୍ତିଙ୍କୁ ଆଜି ବିଦ୍ୟାଳୟର ଶିକ୍ଷକ, କମିଟି ସଦସ୍ୟ, ଉପଦେଷ୍ଟା ମଣ୍ଡଳୀର ସଭ୍ୟ, ପୂର୍ବ ଛାତ୍ର ଗଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ଏହି ବିଦ୍ୟାଳୟର ଜଣେ ଲୋକ ପ୍ରିୟ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ବିଦ୍ୟାଳୟକୁ ଘର ସଦୃଶ ମଣି ସକାଳେ ଶିକ୍ଷାଦାନ, ସ୍କୁଲ ସମୟରେ ଶିକ୍ଷାଦାନ, ପୁଣି ସନ୍ଧ୍ୟାରେ ଶିକ୍ଷାଦାନ କରୁଥିଲେ । ପିତାମାତା ସଦୃଶ ଛାତ୍ର ଛାତ୍ରୀଙ୍କୁ ସର୍ବଦା ଉପଦେଶ ଦେବା ସହ ନିଜେ କର୍ତ୍ତବ୍ୟ ନିଷ୍ଠ ରହୁଥିଲେ ବୋଲି ବିଦ୍ୟାଳୟର ବରିଷ୍ଠ ତଥା ପୂର୍ବତନ ଚେୟାରମ୍ୟାନ ଅମରଦୀପ ଅଗ୍ରୱାଲ ସୁବ୍ଯକ୍ତ କରିଥିଲେ । ଏହି ସମୟରେ ପିଲା ଶିକ୍ଷକଙ୍କ ସ୍ନେହ ପାଇଁ ଭକ୍ତିଭାବ ଆଜ୍ଞାବହ ହୋଇ ପଢାପ୍ରତି ଧ୍ୟାନ ଦେଉଥିଲେ । ଏପରିକି ଘରକୁ ମଧ୍ୟ ମନେ ପକାଉ ନ ଥିଲେ । ସେହିପରି ପୂର୍ବତନ ସିଆରସିସି ଭକ୍ତହରି ମେହେର କହିଥିଲେ ଯେ ସେ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ଥିଲେ । ସମୟ ଦେଇ କାର୍ଯ୍ୟ କରିବାରେ ଅମଙ୍ଗ ନ ଥିଲେ ପ୍ରକାଶ ଥାଉ କି ଗତ ଶନିବାର ରାତିରେ ଛନ୍ଦାଚରଣ ମହାନ୍ତି ଆଜ୍ଞାଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ଅନୁପସ୍ଥିତି ସମସ୍ତଙ୍କ ମନରେ କେବଳ କୋହ ଦେଇ ଯାଇଛି । ପ୍ରଧାନ ଶିକ୍ଷକ ସୁବାଷ ନାଥ ତାଙ୍କ ଆତ୍ମାର ସତଗତି କାମନା କରିଥିଲେ ଏବଂ ଏହା ଏକ ଅପୂରଣୀୟ କ୍ଷତି ବୋଲି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ