ସ୍ୱଜନ କିଏ?…..

ଶୁଣି ପାରୁ ନାହିଁ ସ୍ୱଜନର ଡାକ
ମନ ଯାଇଛି ମରି
କେହି ନାହିଁ ଆଜି ଅତିଥି ହୋଇ
ସବୁମାନେ ଆଜି ଘରେ ରହି ।

କିଏ ବଜାଇବ ଜୟଡଙ୍କା
ପିନ୍ଧବ ବିଜୟ ଟୀକା ?
ସମସ୍ତେ ମତ୍ତ ନିଜ ଉଲ୍ଲାସରେ
ଧରଣୀ ରକ୍ତେ ଲେଖା ।

କିଏ ପଡିଲା କିଏ ଉଠିଲା
କାହାର ରହିଲା ମନବୋଧ
କାହାର ସରକାର ଗଡୁଛି ଏଠାରେ
ହେଉଛି ନ୍ୟାୟର ରୋଧ ।

ଭାଇ-ଭଉଣୀ କରୁଛି ଲଢ଼େଇ
ଦେହରେ ଜାଗୁଛି କ୍ରୋଧ
ପ୍ରେମ ଆଦରର ଶଙ୍କା ନାହିଁ
ନେଉଛି ପ୍ରତିଶୋଧ ।

ଦୁଃଖ ସୁଖରେ ରୁହ ତୁମେ
ହୋଇ ପରମସାଥି
ତୁମକୁ ନେଇ ଲେଖିବି କବିତା
କଟି ଯିବ କାଳରାତି ।

ଅନ୍ତର ପ୍ରିୟ ହେଈ ରୁହ କେବଳ
କଲମର ଲିଖନ ହୋଇ
ସହସ୍ର ବେଦନା ଝରି ଯାଉ ପଡ଼ି
ସୁଖଟିଏ ଆଉ ରହି ।।

ଲେଖକ : ସୁଜାତା ବନ୍ଦୋପାଧ୍ୟାୟ
କାଟୋୟା, ପୂର୍ବବର୍ଦ୍ଧମାନ, ପଶ୍ଚିମବଙ୍ଗ