ସ୍ଵେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ଓଡିଶା ପକ୍ଷରୁ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଠାରେ ସ୍ଵେଚ୍ଛାସେବୀ ସଂଗଠନ ‘ବିପଦର ବନ୍ଧୁ’ ଓଡିଶା ତରଫରୁ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ରବିନ ସାହୁ, ଉପସଭାପତି ଭାବେ କମଳ ପାତ୍ର, ନୀଳ ଭାଉଳ, ମାଧବ ମହାରଣା ଓ ପ୍ରଣୟ ରଞ୍ଜନ ଦାଶ, ସମ୍ପାଦକ ଭାବେ ପି. କୃଷ୍ଣ ଚନ୍ଦ୍ର ପାତ୍ର, ସହ ସମ୍ପାଦକ ଭାବେ ପ୍ରଦୀପ କୁମାର ଜେନା, ମୁଖପାତ୍ର ଭାବେ ଚିନ୍ମୟ ପୋଲାଈ, କୋଷାଧ୍ୟକ୍ଷ ଭାବେ ବାଦଲ ତ୍ରିପାଠୀ, ଉପଦେଷ୍ଟା ଭାବେ ସନ୍ତୋଷ ମହାନ୍ତି, ଟୁକୁନା ପ୍ରଧାନ, ଅନୁପମ ବାନାର୍ଜୀ ଓ ଆଇନଜିବୀ ସୁମିତ୍ରା ପାତ୍ର, ସ୍ୱାସ୍ଥ୍ୟକେନ୍ଦ୍ର ସଂଯୋଜକ ଭାବେ କେଶବ ଚନ୍ଦ୍ର ମିଶ୍ର, ପ୍ରଫୁଲ୍ଲ ମହାରଣାଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଏହି ସ୍ବେଛାସେବୀ ଅନୁଷ୍ଠାନ ଯେପରି ସମସ୍ତଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖ ଦୁଃଖରେ ସାଥି ହୋଇପାରିବେ ତାହା ସମସ୍ତ ସଦସ୍ୟ, ସଦସ୍ୟା ମାନେ ଶପଥ ଗ୍ରହଣ କରିଥିଲେ । ଏବଂ ପ୍ରତି ବ୍ଲକର ମୁଖ୍ୟଙ୍କୁ ମଧ୍ୟ ମନୋନୀତ କରାଯାଇଅଛି । ଏହାସହ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସଂଗଠନର ବହୁ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା