ସ୍ଥାପନ ହେଲା ଦୁର୍ଗା ପୂଜା ସୁଭାଖୁଣ୍ଟି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଉତ୍କଳ ଆଶ୍ରମ ରୋଡ ଦୁର୍ଗା ପୂଜା କମିଟି ପକ୍ଷରୁ ୪୭ ତମ ଦୁର୍ଗା ପୂଜା ସୁଭାଖୁଣ୍ଟି ସ୍ଥାପନ ହୋଇଯାଇଛି । କୋଭିଡ଼-୧୯ ଓ ସରକାରଙ୍କର କଟକଣାକୁ ମାନି ଦୁର୍ଗା ପୂଜା ପାଳନ କମିଟି ପକ୍ଷରୁ ନିଷ୍ପତି ନିଆଯାଇଛି । ସୁଭାଖୁଣ୍ଟି ସ୍ଥାପନ ସମୟରେ କମିଟି ସଭାପତି ଉଷୀକେଶ ମହାପାତ୍ର, ଉପସଭାପତି ପ୍ରଦୀପ କୁମାର ଶତପଥି, ସମ୍ପାଦକ ନରସୁ ଜେନା, ସହ ସମ୍ପାଦକ ଅଶକ କୁମାର ପାଠୀ, କାସାଦକ୍ଷ ପ୍ରଦୀପ କୁମାର ପାଢୀ, ଉପଦେଷ୍ଟା ପ୍ରବୀର କୁମାର ପାତ୍ର, ଜଗଦୀଶ ସାହୁ, ସଭ୍ୟ ଧନୁଧର ସାହୁ, ଭକ୍ତ ମୋହନ ସାହୁ, ମନୋଜ କୁମାର ବଡତ୍ୟା, ଦିନେଶ ପଟ୍ଟନାୟକ, ଜିତେଶ ପଟ୍ଟନାୟକ, କପିଳ ପାଢ଼ୀ, ଟୁନା ବେହେରା, ଭୀମସେନ ପାଣିଗ୍ରାହୀ, ଦୁର୍ଗାପ୍ରସାଦ ନାୟକ, ପ୍ରମୋଦ କୁମାର ପଣ୍ଡା, ପ୍ରମୋଦ କୁମାର ପାତ୍ର, ସୁରେଶ ରଥ, କୈଳାଶ ପାଢ଼ୀ ପ୍ରମୁଖ ଅଞ୍ଚଳବାସୀ ଯୋଗ ଦେଇଥିଲେ । ପୂଜାର ପୁରହିତ ଗୋକୁଳ ଚନ୍ଦ୍ର ଦାସ ସୁଭଖୁଣ୍ଟି ସ୍ଥାପନର ପୂଜା ସମ୍ପାଦନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା