ସ୍କୁଲରୁ ଚୋରି ଘଟଣାରେ ୪ ଅଭିଯୁକ୍ତ ଗିରଫ…

ଭଞ୍ଜନଗର/ଗାଙ୍ଗପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳ ଲୁଦୁଲୁଦି ସ୍କୁଲରେ ତାଲା ଭାଙ୍ଗି ଇନଭେରଟେର ବ୍ୟାଟେରୀ ଚୋରି ଘଟଣାରେ ଗତକାଲି ଗାଙ୍ଗପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ରଞ୍ଜନ ସ୍ୱାଇଁ ସମେତ ତିନି ଜଣଙ୍କୁ ଗିରଫ କରିଛି । ଏଥିସହ ଚୋରିରେ ବ୍ୟବହୃତ ଏକ ଅଟୋ OR07X8425କୁ ମଧ୍ୟ ଜବତ କରିଛି ଗାଙ୍ଗପୁର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ସୁତୁମସର ଗ୍ରାମର ରଞ୍ଜନ ସ୍ୱାଇଁ(୨୭), ଲୁଦୁଲୁଦି ଗ୍ରାମର ସଞ୍ଜୟ ନାୟକ(୩୮), ସିମାଞ୍ଚଳ ନାୟକ (୪୮), ବଡ ପଥର ଗ୍ରାମର ଅରୁଣ କୁମାର ଗୌଡ଼ । ଅନ୍ୟ ଜଣେ ନାବାଳକ ଅଭିଯୁକ୍ତ ଲୁଦୁଲୁଦି ଗ୍ରାମର ୧୭ ବର୍ଷର ନାବାଳକ ଫେରାର ଥିବା ଜଣାଯାଇଛି । ଗିରଫ ଅଭିଯୁକ୍ତମାନଙ୍କୁ ଆଇପିସି ଦଫା ୪୫୭/୩୮୦/୩୪ ଆଧାରରେ ଭଞ୍ଜନଗର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେସ କୁମାର ଦାସ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଲୁଦୁଲୁଦି କ୍ଵାରେନଟାଇନ ସେଣ୍ଟର ହୋଇଥିବା ପ୍ରାଥମିକ ବିଦ୍ୟାଳୟରେ ତାଲା ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହେଇଥିଲା । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ପାତ୍ରଙ୍କ ଅଭିଯୋଗ କ୍ରମେ ଗତ ୧୨ ତାରିଖ ରାତିରେ ତାଲା ଭାଙ୍ଗି ଇନଭେରଟେର ଓ ବ୍ୟାଟେରୀ ଚୋରି ହୋଇଥିବା ଗାଙ୍ଗପୁର ଥାନା କେଶ ନମ୍ବର ୨୬୨/୨୦୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବାବେଳେ ଗତକାଲି ଉକ୍ତ ୪ ଜଣଙ୍କୁ ଗିରଫ କରିଛି ଗାଙ୍ଗପୁର ପୋଲିସ ।