ସ୍କିମ ଓ୍ଵାର୍କରଙ୍କ ସର୍ଵନିମ୍ନ ଦାବି ନେଇ ସର୍ବ ଭାରତୀୟ ଧର୍ମଘଟ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ସ୍କିମ ଓ୍ଵାର୍କର ଵିରୋଧୀ କେନ୍ଦ୍ରୀୟ ନୀତି ଵିରୁଦ୍ଧରେ ଏଆଇଟିୟୁସି ସମେତ କେନ୍ଦ୍ରୀୟ ଟ୍ରେଡ ୟୁନିୟନମାନଙ୍କ ଆହ୍ଵାନରେ ୭ ଓ ୮ ଅଗଷ୍ଟରେ ଦେଶବ୍ୟାପୀ ସ୍କିମ ଓ୍ଵାର୍କର ଧର୍ମଘଟ ଓ ୯ ଅଗଷ୍ଟରେ ଵିଦେଶୀ ଶାସକ ଭାରତ ଛାଡ଼ କ୍ରାନ୍ତି ଦିଵସ ପାଳନ ପରିପ୍ରେକ୍ଷୀରେ ଅଙ୍ଗନଓ୍ଵାଡି, ଆଶା ଓ ମଧ୍ୟାହ୍ନ ଭୋଜନ କର୍ମଚାରୀ ଆଜି ଧର୍ମଘଟରେ ଯୋଗ ଦେଇ ଜଳେଶ୍ଵର ଵିଡିଓଙ୍କ ଜରିଆରେ ଏକ ୧୭ ଦଫା ଦାବୀପତ୍ର କେନ୍ଦ୍ର ଶ୍ରମ ସଚୀବଙ୍କୁ ପ୍ରେରଣ କରାଯାଇଛି । ଏହି ଦାଵିଗୁଡିକ ଭିତରେ ଜାତୀୟ ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁସାରେ ସ୍କିମ ଓ୍ଵାର୍କର ଯଥା ଅଙ୍ଗନଓ୍ଵାଡି, ଆଶା ଓ ମଧ୍ୟାହ୍ନ ଭୋଜନ କର୍ମଚାରୀଙ୍କୁ ଓ୍ଵାର୍କର ମାନ୍ୟତା ପ୍ରଦାନ, ସର୍ଵ ନିମ୍ନ ମାସିକ ଵେତନ ୨୧ ହଜାର ଟଙ୍କା, ସର୍ଵନିମ୍ନ ମାସିକ ପେନସନ ୧୦ ହଜାର ଟଙ୍କା, କେନ୍ଦ୍ରୀୟ ସ୍କିମଗୁଡିକୁ ସ୍ଥାୟୀ ଓ ସାର୍ଵଜନିନ କରଣ, କୋଭିଡ-୧୯ ସମୟରେ ପାଚିକା ମାନଙ୍କୁ ଭତ୍ତା ପ୍ରଦାନ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେଵା କ୍ଷେତ୍ରର ଘରୋଇ କରଣ ଵନ୍ଦ କରି ରାଷ୍ଟ୍ରାୟତ୍ତ କରାଇଵା, କୋଭିଡର ସମ୍ମୁଖ ପ୍ରତିକାର ଓ ପ୍ରତିରୋଧକାରୀ ଆଶା, ଅଙ୍ଗନଓ୍ଵାଡି ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ମଧ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଅଵିଳମ୍ଵେ ନିର୍ଦ୍ଦେଶନାମା ପ୍ରଦାନ, ସ୍କିମ ଓ୍ଵାର୍କର ସମେତ ସଵୁ ଵର୍ଗର ଶ୍ରମିକଙ୍କୁ ମାସିକ ୭ ହଜାର ୫ ଶହ ହାରରେ କୋଭିଡ ସ୍ଵତନ୍ତ୍ର ସହାୟତା ପ୍ରଦାନ, ଅଙ୍ଗନଓ୍ଵାଡି ସହ ଆଲୋଚନା ନ କରି ନୂତନ ଶିକ୍ଷାନୀତିରେ ଅଙ୍ଗନଓ୍ଵାଡି କେନ୍ଦ୍ରକୁ ସ୍କୁଲ ସହ ମିଶ୍ରଣ ନ କରି ଆଇସିଡିଏସ ର ସ୍ଵତନ୍ତ୍ରତା ଵଜାୟ ରଖିଵା, ରାଜ୍ୟରେ କୋଭିଡ ପ୍ରତିକାର କାର୍ଯ୍ଯରେ ଥିଵା ଅଙ୍ଗନଓ୍ଵାଡି, ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ଆକ୍ରମଣ ଵିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଇତ୍ୟାଦି ଦାଵିନେଇ ଆଜି ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ଜଳେଶ୍ଵର ଶାଖା ନେତୃତ୍ଵରେ ଧର୍ମଘଟ ସହ ଵିଡିଓଙ୍କ ଜରିଆରେ କେନ୍ଦ୍ର ଶ୍ରମ ସଚୀଵଙ୍କୁ ଦାଵି ପତ୍ର ଉପସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ଵାଲେଶ୍ଵର ଜିଲ୍ଲା ସମ୍ପାଦିକା ଲକ୍ଷ୍ମୀପ୍ରିୟା ଦାସ ଓ ଜଳେଶ୍ଵର ଵ୍ଲକ କମିଟି ତରଫରୁ ଉପଦେଷ୍ଟା କମଲ ଚକ୍ରବର୍ତ୍ତୀ, ମନୋରଞ୍ଜନ ଦାସ, ଶ୍ରୀନିବାସ ଦାସ ମହାପାତ୍ର, ସମ୍ପାଦିକା କଳ୍ପନା ଦେ, ମମତା ଦାସ ମହାପାତ୍ର, ତୃପ୍ତୀରାଣୀ ମହାନ୍ତି, ଫୁଲ ସରେନ, ଚମ୍ପାବତୀ ନାଗ, ସୁଜାତା ବାରିକ, ସୁଚୀତ୍ରା ଆଶ, ସ୍ଵାଗତିକା ଜେନା, ଅନ୍ନପୂର୍ଣ୍ଣା ପାତ୍ର ଓ ମଞ୍ଜୁଲତା ପ୍ରାମାଣିକ  ପ୍ରମୁଖ ନେତୃତ୍ଵ ନେଇଥିଲେ । ଆଗାମୀ ଅଗଷ୍ଟ ୯ କ୍ରାନ୍ତି ଦିଵସରେ “ଭାରତ ଵଞ୍ଚାଅ ଦିଵସ” ପାଳନ ପାଇଁ ସଂଘ ତରଫରୁ ଆହ୍ଵାନ ଦିଆଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା