ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ବନ ମହୋତ୍ସବ ପାଳନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ସମ୍ବାଦ ସାହିତ୍ୟ ଘର, ଜଳେଶ୍ବର ଶାଖାର ସଭାପତି ସୁଧାଂଶୁ ଶେଖର ପ୍ରଧାନଙ୍କ ପୌରହିତ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ମହିଷାମୁଣ୍ଡା, ପରିସରରେ ୨୦୦ରୁ ଉର୍ଦ୍ଧ୍ବ ବୃକ୍ଷ(ଚାରା) ରୋପଣ (ଅଁଳା, ମେହଗାନୀ, ଶିଶୁ, କୃଷ୍ଣଚୂଡ଼ା) ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଡଃ ଅଜିତ କୁମାର ମହାନ୍ତିଙ୍କ ଆବାହକତ୍ବରେ ସମସ୍ତ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି । ଡ଼. ମହାନ୍ତିଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ସମ୍ବାଦ ସାହିତ୍ୟ ଘରର ପ୍ରତିଷ୍ଠାତା ସୌମ୍ୟରଜନ ପଟ୍ଟନାୟକଙ୍କ ଜନ୍ମଦିନ ଅବସର ତଥା ବନମହୋତ୍ସବ ପାଳନରେ ବୃକ୍ଷ ରୋପଣ ଏକ ମାତ୍ର ମାଧ୍ୟମ ଏବଂ ସମଗ୍ର ବିଶ୍ଵର ମହାମାରୀ ସମୟରେ ଅକସିଜେନର ଅଭାବ କେବଳ ବୃକ୍ଷରୋପଣ ଦ୍ବାରା ସମ୍ଭବ ହୋଇପାରିବ ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଛମୈ।ଜର ସିଆରସିସି ମୀନା ପରିଡ଼ା, ମହିଷାମୁଣ୍ଡା ଗ୍ରାମ ମୁଖ୍ୟ ହରିହର ପ୍ରମାଣିକ, ପରିଚାଳନା କମିଟି ସଦସ୍ୟ ଶିଶୀର କୁମାର ପ୍ରଧାନ, ମହିଷାମୁଣ୍ଡା, ଉ.ପ୍ରା.ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଜେନା ତଥା ସମ୍ବାଦ ସାହିତ୍ୟ ଘର, ଜଳେଶ୍ଵର ‌ଶାଖାର ସଦସ୍ୟ ବୃନ୍ଦ ତଥା ମାଧବ ଚନ୍ଦ୍ର ହାଇସ୍କୁଲ ଛମୌଜର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ, ମିହୀର କୁମାର ପ୍ରଧାନ, ଗଣେଶ ଚନ୍ଦ୍ର ପରିଡା, ଦେବେନ୍ଦ୍ର ଭୂୟାଁ, ଗଣେଶ ଚନ୍ଦ୍ର ଗିରି, ଶଶିକାନ୍ତ ପ୍ରଧାନ, ଶିକ୍ଷୟିତ୍ରୀ ଶାନ୍ତି ଲତା ପଣ୍ଡା, ସବିତା ରାଣୀ ଓଝା, ନିମାଇଁ ରଣା, ସୁଧୀର କୁମାର ପ୍ରଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।