ସୋସାଇଟି ଚେଞ୍ଜରସ ପକ୍ଷରୁ କୋଭିଡ ପ୍ରତିଷେଧକ ଟୀକା ଗ୍ରହଣର ଆବଶ୍ୟକତା ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ…

କଟକ (ସମୃଦ୍ଧ ଓଡିଶା) ଅଗ୍ରଣୀ ଅନୁଷ୍ଠାନ ସୋସାଇଟି ଚେଞ୍ଜରସ ପକ୍ଷରୁ ସାମ୍ପ୍ରତିକ ମହାମାରୀର ମୁକାବିଲା ସଂପର୍କରେ ଏକ ଆଲୋଚନା ଚକ୍ର ସଂଗଠନର ସଦସ୍ୟ ଶିବ ପ୍ରସାଦ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଆଲୋଚନା ଚକ୍ରରେ ସଂଗଠନର ସଭାପତି ସାରଦା ପ୍ରସାଦ ଦାସ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ମହାମାରୀର ମୁକାବିଲା ପାଇଁ ନିୟମିତ ହାତ ଧୋଇବା, ମାସ୍କ୍ ବ୍ୟବହାର, ସାମାଜିକ ଦୂରତା ପାଳନ ପ୍ରତି ଦୃଷ୍ଟି ଦେବା ସହ କରୋନା ପ୍ରତିଷେଧକ ଟୀକା ନେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଟୀକାର ପାର୍ଶ୍ଵ ପ୍ରତିକ୍ରିୟା ସମ୍ପର୍କରେ ଆଲୋଚନା କରିବା ସହ ଡରିବାର କୌଣସି ଆବଶ୍ୟକ ନାହିଁ ବୋଲି ଉଦାହରଣ ଛଳରେ ସୂଚାଇ ଦେଇ ଥିଲେ । ଏଥିସହ କରୋନା ରୋଗର ଉତ୍ପତ୍ତି, ଇତିହାସ, କ୍ରମ ପରିବର୍ତ୍ତନ ଓ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା କରିବା ସହ ସଚେତନତା ଓ ଧର୍ଯ୍ୟର ସହ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ମତ ପ୍ରକାଶ କରିଥିଲେ । ଭବିଷ୍ୟତରେ ଅନଲାଇନ ଓ ୱେବିନର ଆଦି ସାମାଜିକ ଗଣମାଧ୍ୟମ ବ୍ୟବହାର କରି କରୋନା ମୁକ୍ତ ଭାରତ ପାଇଁ ସଂଗଠନ ଅହରହ ପ୍ରୟାସ କରିବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ସଂଗଠନ ସଦସ୍ୟ ଅମ୍ଳାନ ବଡୁଙ୍କ ପ୍ରସ୍ତାବ କ୍ରମେ ଓଡ଼ିଶା ସରକାର ସମସ୍ତଙ୍କୁ ମାଗଣା ଟୀକା ଯୋଗାଇ ଦେବା ନିଷ୍ପତ୍ତିକୁ ସର୍ବସମ୍ମତି କ୍ରମେ ସ୍ବାଗତ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ଆଦିତ୍ୟ ନାୟକ, ଶୁଭମ ମହାପାତ୍ର, ଆଶୁତୋଷ ନାୟକ, ବିଜୟ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ଶୁଭମ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।