ସୋରଡା ବ୍ଲକରେ ଚିନାବାଦାମ ବିହନ ବାଟବଣା

ସୋରଡା(ସମୃଦ୍ଧ ଓଡିଶା)ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ରେ ଚିନାବାଦାମ ବିହନ କୁ ନେଇ ଏକ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏପରିକି ପ୍ରତି ଚାଷୀ ଙ୍କ ନାମ ରେ ୧୩୮ କେଜି ବିହନ ବାଟବଣା କରାଯାଇଥିବା ଅଭିଯୋଗ ହୋଇଛି। ସୋରଡା ବ୍ଲକ ଅନ୍ତର୍ଗତ ଗୋପାଳପୁରଶାସନ ପଞ୍ଚାଯତ ର ଲାଉଖାଲଗରମ ବାସୀ ଙ୍କ ଅଭିଯୋଗ ହେଲା ୨୦୨୩ ମସିହା ରବି ଋତୁ ସକାଶେ ଚିନାବାଦାମ ବିହନ ଗୋଟିଏ ଚାଷୀ ପ୍ରତି ୧୨ କିଲୋଗ୍ରାମ ଲେଖାଏଁ ୧୫ ଜଣକୁ ଏବଂ ୨୪ କିଲୋଗ୍ରାମ ଲେଖାଏଁ ୯ ଜଣଙ୍କୁ ଏପରି ୨୪ ଜଣ ଚାଷୀ ଙ୍କୁ ଚିନାବାଦାମ ବିହନ ଦିଆଯାଇଛି। ମିଳିଥିବା ବିହନ ପର୍ଯ୍ୟାପ୍ତ ହେଉନଥିବା ରୁ ୧୨ ଭରଣ ସକାଶେ ଅଧିକ ବିହନ ପାଇଁ ଦାବି କରିଥିଲେ ଚାଷୀ ମାନେ କିନ୍ତୁ ମନ କରିଦେଇଥିଲେ କୃଷି ଅଧିକାରୀ। କୃଷି ଅଧିକାରୀ ଙ୍କ କଥା ରେ ବାଧ୍ୟ ହୋଇ ଚାଷୀ ମାନେ ମାତ୍ର ୧୫ ରୁ ୨୪ କିଲୋଗ୍ରାମ ବିହନ ନେଇକି ଆସିଲେ ଏବଂ ବଳକା ବଜାର ରୁ କିଣିଲେ। ଏହା ର କିଛି ଦିନ ପରେ କୃଷି କର୍ଜୟାଳୟ ର କର୍ମଚାରୀ ମାନେ କିଛି ବ୍ୟାନର ଧରି ଛାଡି ମନକୁ ଫୋଟୋ ଉଠାଇବା ପାଇଁ ଡାକିବା ପରେ ହେକ୍ଟର ପିଛା ୧୫୦ କିଲୋଗ୍ରାମ ବିହନ ଦିଆଯାଇଥିବା ଦେଖିବାକୁ ମିଳିଥିଲା ଏହା ଜାଣିବା ପରେ ସୂଚନା ଅଧିକାର ଆଇନ ର ସହାୟତା ନେଇଥିଲେ ଚାଷୀ ମାନେ। ସୂଚନା ଅଧିକାର ରୁ ମିଳିଥିବା ସୂଚନା ପ୍ରକାରେ ହେକ୍ଟର ପିଛା ୧୫୦ କିଲୋଗ୍ରାମ ଚୀନା ବାଦାମ ଚାଷୀ ମାନକୁ ଦିଆଯାଇଛି। କିନ୍ତୁ ପ୍ରକୃତରେ ୧୫ ଜଣ ଚାଷୀ ଙ୍କୁ ୧୨ କିଲୋଗ୍ରାମ ବିହନ ଦିଆଯାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଯାହା ମୋଟ ପରିମାଣ ର ୧୦ ଭାଗ ରୁ ଏକ ଭାଗ ମଧ୍ୟ ନୁହେଁ। କୃଷି ବିଭାଗ ର ତଥ୍ୟ ଅନୁସାରେ ଜଣଙ୍କ ପ୍ରତି ୧୫୦ କିଲୋଗ୍ରାମ ହିସାବରେ ୨୪ ଜଣ ଚାଷୀ ଙ୍କୁ ବିହନ ଦିଆଯାଇଥିବା ବେଳେ ୩୦୦ କିଲୋଗ୍ରାମ ଲେଖାଏଁ ୬ ଜଣ ଚାଷୀ ଙ୍କୁ ବିହନ ଦିଆଯାଇଥିବା ସୂଚନା ମିଳିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କୃଷି ବିଭାଗ ତରଫରୁ ଦିଆଯାଇଥିବା ତଥ୍ୟ ସୋରଡା ବ୍ଲକ ରେ ଚିନାବାଦାମ ର ଏକ ବଡ ଦୁର୍ନୀତି କୁ ସୂଚାଉଛି ଯେଉଁଥିରେ ଆଦିବାସୀ ଙ୍କ ନାମ ରେ ୫୦୦୦ କିଲୋଗ୍ରାମ ବିହନ ହଡପ କରାଯାଇଥିବା ଜଣାପଡିଛି। ସୋରଡା ବ୍ଲକ ଆଦିବାସୀ ଚାଷୀ ମାନଙ୍କ ନାମ ରେ ଏହି ପରି ହଜାର ହଜାର କିଲୋଗ୍ରାମ ବିହନ ର ଜାଲିଆତି ଓ ଦୁର୍ନୀତି ର ତଦନ୍ତ ପାଇଁ ଏବେ ଚାଷୀ କୁଳ ତରଫରୁ ଦାବି ହେଉଛି। ରାଜ୍ୟ ସରକାର ଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଚାଷୀ ମାନକୁ ଉନ୍ନତ ମାନ ର ଫସଲ ଆଦାୟ କରିବା ପାଇଁ ମାଳ ମାଳ ଯୋଜନା ପ୍ରଣଯନ କରିଥିବା ବେଳେ ଏହି ପରି ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନଙ୍କ ଯୋଗୁଁ ଚାଷୀ ମାନେ ପ୍ରକୃତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହିନାମ ସ୍ୱରୂପ ସରକାରୀ ବିହନ ରୁ ବଞ୍ଚିତ ହୋଇ ବଜାର ରୁ ଚଢା ଦର ରେ ବିହନ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟପଟେ ଏହି ଅସାଧୁ କର୍ମଚାରୀ ମାନେ ଚାଷୀ ମାନଙ୍କ ବିହନ ହଡପ କରି ବାଟବଣା କରିବା ସହ ମଲାମାଳ ହେଉଛନ୍ତି। ସୋରଡା ବ୍ଲକ ରେ ଚିନାବାଦାମ ଦୁର୍ନୀତି କୁ ନେଇ ଯେଉଁ ଭଳି ଭାବେ ଏବେ ଅଭି ଯୋଗ ହୋଇଛି ଯଦି ଏହାର ସଠିକ ତଦନ୍ତ କରାଯିବ ତେବେ ଏଠାରେ ଆହୁରି ଅଧିକ ଦୁର୍ନୀତି ବାହାରିବ ଏଥିରେ କୌଣସି ସନ୍ଦେହ ନାହି। ଅନ୍ୟପଟେ ଚାଷୀ ମାନେ ଏହାର ତଦନ୍ତ ପାଇଁ ଓଡିଶା କୃଷି ସଚିବ ଓ ମୋ ସରକାର , ୫ ଟି ସଚିବ ଙ୍କୁ ଲିଖିତ ଅଭିଯୋଗ କରିବା ସହ ତଦନ୍ତ ଦାବି କରିଛନ୍ତି।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ