ସେବା ସପ୍ତାହ ପାଳନର ୩ୟ ଦିନରେ ରୋଗୀଙ୍କୁ ଫଳ ବଣ୍ଟନ କାର୍ଯ୍ୟକ୍ରମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ସେବା ସପ୍ତାହର ୩ୟ ଦିନ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଜେପି ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବିଜେପି ମହିଳା ମୋର୍ଚ୍ଚା ତରଫରୁ ଦାୟିତ୍ଵରେ ଥିବା ଜିଲ୍ଲା ସୋସିଆଲ ମିଡ଼ିଆର ସଂଯୋଜିକା ଏବଂ ମହିଳା ମୋର୍ଚ୍ଚା ସମ୍ପାଦିକା ସସ୍ମିତା ସାମଲଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମିଡ଼ିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ପ୍ରତିନିଧି ଧ୍ରୁବ ଚରଣ ସ୍ୱାଇଁ, ପୂର୍ବତନ କାଉନସିଲର ସନ୍ତୋଷ କୁମାର ରାଉତ, ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟା ଇତିଶ୍ରୀ ସାହୁ, ଉପ ସଭାପତି ରତ୍ନ ପ୍ରଭା ପଣ୍ଡା, ଯୁବ ମୋର୍ଚ୍ଚା ସଭାପତି ସଙ୍କଳ୍ପ ଦାସଙ୍କ ସମେତ ବିଶ୍ୱଜିତ୍ ବେହେର, ଦିପ୍ତିସ୍ କୁମାର୍ ଦଳେଇ, ଦେବୀ ପ୍ରସାଦ ବେହେରା, ଶିବୁନୁ ପୃଷ୍ଟି, ଭବାନୀ ଶଙ୍କର ଦାସ, ଆଶିଶ୍ କୁମାର୍ ଲେଙ୍କା, ନାଗାର୍ଜୁନ ପତ୍ରଙ୍କ ସମେତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।