ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଗଜଜ୍ୟୋତି ଉଦଯାପିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଅନର୍ଗତ ସିତପୁର ଠାରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ବାର୍ଷିକ ଉତ୍ସବ ଗଜଜ୍ୟୋତି ବହୁ ଆଡମ୍ବର ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଯାପିତ ହୋଇଯାଇଛି । ଦ୍ଵିତୀୟ ଦିନ ସନ୍ଧ୍ୟାରେ ବିଶ୍ୱବିଖ୍ୟାତ ରଙ୍ଗବତୀ ଗୀତ ଫ୍ୟାମ ଜିତେନ୍ଦ୍ର ହରିପାଲଙ୍କ ଗୀତରେ ମତୁଆଲା ହେଲେ ଛାତ୍ରଛାତ୍ରୀ ସେହିଭଳି ଉଦଯାପିତ ଦିବସ ଦିନ ଇଣ୍ଡିଆନ ଆଇଡ଼ଲ ଫ୍ୟାମ ଆମରିତା ନାୟକ ଓ ସ୍ୱାଧୀନ ସ୍ୱରୂପ ନିଜର ସୁମଧୁର କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ । ଏହା ସମ୍ପୂର୍ଣ୍ଣ ଡିଜେ ସାଉଣ୍ଡରେ ପ୍ରୋଗ୍ରାମ କରାଯାଇଥିଲା । ଏହି ପ୍ରୋଗ୍ରାମକୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମକର୍ତ୍ତାମାନେ ରହି ଉପଭୋଗ କରିବା ସହ ଭରପୁର ମଜା ଉଠାଇଥିଲେ । ଅମରିତା ନାୟକ ଓଡ଼ିଆ, ବେଙ୍ଗଲି, ହିନ୍ଦୀ, ଭୋଜପୁରି, ତେଲୁଗୁ ସମେତ ବିଭିନ୍ନ ଭାଷାରେ ଗୀତ ଗାଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଉତ୍ସ।ହ ଦେଖି ଅମିରିତା ନାୟକ ମଞ୍ଚ ତଳକୁ ଆସି ଛାତ୍ରଛାତ୍ରୀଙ୍କ ସହ ମିଶି ଗୀତ ଗାଇ ନାଚିଥିଲେ । ଅନ୍ତିମ ତଥା ଉଦଯାପିତ ଦିବସର ସମସ୍ତ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଉପ-ସଭାପତି ପ୍ରଫେସର ଡି.ଏନ. ରାଓଙ୍କ ସମେତ ରେଜିଷ୍ଟ୍ରର ଡ଼. ଅନିତା ପାତ୍ର, ଛାତ୍ରଛାତ୍ରୀ ଆଫେୟାର ଡିନ ଡ଼. ଅତୁନ ଦେବ, ଏଡିସନଲ ମ୍ୟାନେଜର ରାମ ପ୍ରସାଦ ଦାସ, ସମେତ ସମସ୍ତ ବିଭାଗର ଡିନ ଓ ଅଧ୍ୟାପକ ମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା