ସୁସ୍ଥ ଓ ସମୃଦ୍ଧ ରହିବାକୁ ନବ ବର୍ଷରେ ମୁଖ୍ୟମନ୍ତ୍ରୀ ଓ ହିଞ୍ଜିଳି ପୌରାଧ୍ୟକ୍ଷଙ୍କ ଶୁଭେଚ୍ଛା…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ୨୦୨୩ ନବ ବର୍ଷର ହିଞ୍ଜିଳିକାଟୁ ବାସୀ ସୁସ୍ଥ ସମୃଦ୍ଧ ଓ ସ୍ୱଚ୍ଛ ରହିବାକୁ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହିଞ୍ଜିଳି ପୌରାଧ୍ୟକ୍ଷ ଶୁବାଷ ଚନ୍ଦ୍ର ପଲେଇ ଭଗବାନଙ୍କ ଠାରେ କାମନା କରିଛନ୍ତି । ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ସରସ୍ୱତୀ ସେଠି ମଧ୍ୟ ବ୍ଲକର ଜନସାଧାରଣ ସୁସ୍ଥ ସମୃଦ୍ଧ ଓ ସ୍ୱଚ୍ଛ ରହିବାକୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ନବ ବର୍ଷଟି ସମସ୍ତଙ୍କର ମଙ୍ଗଳମୟ ହେଉ ଓ ଆଗାମୀ ଦିନ ଗୁଡିକ ଶୁଭରେ କାଟିବାକୁ ସେମାନେ କାମନା କରିଛନ୍ତି । ସମୃଦ୍ଧ ଓଡିଶା ପରିବାର ତରଫରୁ ମଧ୍ୟ ହିଞ୍ଜିଳିକାଟୁବାସୀଙ୍କୁ ଅଭିନନ୍ଦନ ଜଣାଯାଇଛି ।

ରିପୋର୍ଟ : ରଜତ ପଟ୍ଟନାୟକ