ସୁବ୍ରତ ଦାସଙ୍କ ସ୍ମୃତିରେ ରକ୍ତଦାନ ଶିବିର…

ବ୍ରହ୍ମପୁର/ରମ୍ଭା (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ସହରର ଗାୟତ୍ରୀ ଶକ୍ତିପୀଠ ପରିସରରେ ସ୍ୱର୍ଗତ ସୁବ୍ରତ ଦାସଙ୍କ ଦ୍ଵାଦଶାହ ସ୍ମୃତିରେ ସୁବ୍ରତ ଦାସ ସ୍ମୃତି ପରିଷଦ, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତି ରମ୍ଭାର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଖଲି ମିଶ୍ର ଓ ଲିଙ୍ଗରାଜ ପାତ୍ରଙ୍କ ବେଦମନ୍ତ୍ର ଧ୍ୱନିରେ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିରକୁ ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠି ଉଦଘାଟକ ଭାବେ ପ୍ରଦୀପ ପ୍ରଜ୍ବଳନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁବାସ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ଶ୍ରୀମତୀ ରଶ୍ମିତା ଜେନା, ଜିଲ୍ଲା ସଂଯୋଜକ ବସନ୍ତ ପଣ୍ଡା, ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଦକ୍ଷିଣ-ପୂର୍ବ ଉପଜୋନ ସଂଯୋଜକ ଡ଼କ୍ଟର ବୃନ୍ଦାବନ ମିଶ୍ର ଓ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇ ଥିବାବେଳେ ସ୍ମୃତି ପରିଷଦର ସଭାପତି ଅମୟ ପାତ୍ର, ସମ୍ପାଦକ ରାମ ପ୍ରସାଦ ସେନାପତି, କୋଷାଧ୍ୟକ୍ଷ ଶ୍ରୀକାନ୍ତ ବିଶ୍ୱାଳ ଉପସ୍ଥିତ ରହି ପୁଣ୍ୟାତ୍ମା ସୁବ୍ରତ ଦାସଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ – କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପଞ୍ଚାନନ ଖଟୁଆ, ଶିକ୍ଷକ ଶେଷଦେବ ବେହେରାଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା ଏହି ଶିବିରରେ ଭଞ୍ଜନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରକ୍ତ ଭଣ୍ଡାରର କର୍ମଚାରୀ ଡାକ୍ତର ନିବେଦିତା ରାୟ ବକ୍ସି, ସୁରେନ୍ଦ୍ର ମହାପାତ୍ର, ଚିତରଞ୍ଜନ ଖଟୁଆ, ଇତିଶ୍ରୀ ତ୍ରିପାଠୀ, ଗଣପତି ପ୍ରଧାନ, ଅନିଲ ମାହର, ବିପିନ କୁମାର ପାଣିଗ୍ରାହୀ, ନାରାୟଣ ବେହେରା, ପ୍ରମୋଦ କୁମାର ପ୍ରଧାନ, ସୀମାଞ୍ଚଳ ସେଠି, ଗଣେଶ ନାୟକ ଉତ୍ସାହୀ ସ୍ଵେଚ୍ଛାସେବୀ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି ସ୍ମୃତି ଉଦେଶ୍ୟରେ ଆୟୋଜିତ ରକ୍ତଦାନ ଶିବିରରୁ ସର୍ବମୋଟ ୧୦୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରକୁ ସୁବ୍ରତ ଦାସ ସ୍ମୃତି ପରିଷଦ ଓ ରମ୍ଭାର ସମ ସାମୟିକ ଯୁବ ବର୍ଗ ଦୁର୍ଗା ପ୍ରସାଦ ବେହେରା, ସୁମନ ନାୟକ, ସୁଶାନ୍ତ ନାଥ, ତ୍ରିନାଥ ସେଠି, ଆଲୋକ ମହାରଣା, ଶିବଶଙ୍କର ବେହେରା, ତପନ ପ୍ରଧାନ, ପ୍ରଭାକର ନାୟକ, ଉମାକାନ୍ତ ସାହୁ, ରବୀନ୍ଦ୍ର ବେହେରା, ଶିବରାମ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସୁବ୍ରତ ଦାସ ସ୍ମୃତି ପରିଷଦ ଦ୍ୱାରା ଆୟୋଜିତ ଏହି ରକ୍ତ ଦାନ ଶିବିରରେ ଯଥାକ୍ରମେ କୃଷ୍ଣଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ଦାସ, ତ୍ରିନାଥ ସେଠୀ, ବାଳକୃଷ୍ଣ ମିଶ୍ର, ପ୍ରତାପ କୁମାର ପ୍ରଧାନ, ଶ୍ରୀକାନ୍ତ କୁମାର ମହାରଣା, ଶ୍ରୀକାନ୍ତ ବିଶ୍ୱାଳ, ସୌମ୍ୟ ରଞ୍ଜନ ତ୍ରିପାଠୀ, ପ୍ରଭାକର ନାୟକ, ମିନାକ୍ଷୀ ବେହେରା, ପି. ଗଣେଶ କୁମାର ଆଚାରି, ସନ୍ତୋଷ କୁମାର ବିଶ୍ବାଳ, ନିରଞ୍ଜନ ପ୍ରଣିଗ୍ରାହୀ, କୃଷ୍ଣଚନ୍ଦ୍ର ବେହେରା, ଜଗନ୍ନାଥ ଦାସ, ତ୍ରିପତି ବଲ୍ଲଭ ପଟ୍ଟନାୟକ, ଉମାଶଙ୍କର ଗୌଡ଼, ଶିବ ପ୍ରସାଦ ମହାରଣା, ରବୀନ୍ଦ୍ର ମିସ୍ତ୍ରୀ, ଦୁର୍ଗା ପ୍ରସାଦ ବେହେରା, ବିଶ୍ଵପତି ଅମୟ କାନ୍ତ ପାତ୍ର, ସତ୍ୟବାନ ନାହାକ, ଆଶିଷ ନାହାକ, କେ. ରାଜାରାଓ ପାତ୍ର, ମହେନ୍ଦ୍ର ଦାସ, ଶିବଶଙ୍କର ନାହାକ, ଗୌତମ କୁମାର ନାୟକ, ପ୍ରୀତମ କୁମାର ବେହେରା, ଆଶ୍ଵିନ କୁମାର ନାହାକ କାହ୍ନା ଗୌଡ଼, କବିରାଜ ପ୍ରଧାନ, ପ୍ରଶାନ୍ତ କୁମାର ନାୟକ, ମୀନକେତନ ଦୋରା, ଗିରିଜା ସେନାପତି, ସୁଦାମ ବେହେରା, ନିରାକାର ବେହେରା, ଗୋବିନ୍ଦ ବେହେରା, ରିଙ୍କୁ ବେହେରା, ଅଶ୍ୱିନ ପଟନାୟକ, ସୁଶାନ୍ତ କୁମାର ବେହେରା, ଜ୍ଞାନେଶ୍ୱର ନାୟକ, ଆଲୋକ ମହାରଣା, ପି. ସନ୍ତୋଷ ପୃଷ୍ଟି, ସତ୍ୟବ୍ରତ ବେହେରା, କେ ସୁମନ କୁମାର ଆଚାରି, ନେତାଜୀ ମହାରଣା, ବିଭୁ ପ୍ରସାଦ ପଣ୍ଡା, ତରଣୀ ନାହାକ, ସୁମନ ନାୟକ, ପିଣ୍ଟୁ ସାହୁ, ତ୍ରିମଲ ପରିଡ଼ା, ଦେବାଶିଷ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମହାରଣା, ସନ୍ତୋଷ ତରାଇ, ଦେବୀପ୍ରସାଦ ପଣ୍ଡା, ସନ୍ଦୀପ କୁମାର ସାହୁ, ପ୍ରମୋଦ ଦୁହୁଡ଼ି, ଵିଷ୍ଣୁ ଚନ୍ଦ୍ର ବେହେରା, ସୁଶାନ୍ତ କୁମାର ନାଥ, ଗଦାଧର ଦଳେଇ, ବିପିନ ଗୌଡ଼, ମିଥୁନ ନାହାକ, କେ. ସତୀଶ, ରାମ ପ୍ରସାଦ ସେନାପତି, କେ. ପୁରୁଷୋତ୍ତମ ରେଡି, ପି. ଶ୍ରୀନିବାସ ଆଚାରି, ଆଦିତ୍ୟ ବେହେରା ନାରାୟଣ ସାହୁ, ଶୁଭେନ୍ଦୁ କୁମାର ଦାସ, ମିଥୁନ ଦାସ, ଟି. ଶଙ୍କର ସୁବୁଦ୍ଧି, ହରେଶ ବେହେରା, ପ୍ରଶାନ୍ତ ତରେଇ, ରାଜଲକ୍ଷ୍ମୀ ବେହେରା, ସଞ୍ଜୟ ଦାସ, ବାପିନି ବେହେରା, ଗିରିଶ ଚନ୍ଦ୍ର ପୃଷ୍ଟି, ଶିବ ଶଙ୍କର ବେହେରା, କୁମୁଦ ରଞ୍ଜନ ପ୍ରଧାନ, ଦୁଃଶାସନ ପ୍ରଧାନ, ସୌମ୍ୟ ରଞ୍ଜନ ସାହୁ, ମୁନା ନାହାକ, କିଶୋର ଚନ୍ଦ୍ର ନାହାଜ, ଶିବ କୁମାର ସାହୁ, ଶ୍ରୀଧର ବେହେରା, ପ୍ରଶାନ୍ତ କୁମାର ପ୍ରଧାନ, ଭୀମସେନ ନାହାକ, ବିରସେନ ନାହାକ, ଆଶିଷ କୁମାର ନାହାକ, ବିଷ୍ଣୁ ପ୍ରସାଦ ଦଳେଇ, ସୁରମା ବେହେରା, ଜୋଶଦା ବେହେରା, ଜିତେନ୍ଦ୍ର ବେହେରା, ପ୍ରଦୀପ ପ୍ରଧାନ, ଶିବରାମ ଜେନା, କୃଷ୍ଣଚନ୍ଦ୍ର ମହାରଣା, ବବୁଲ ନାହାକ, ଵାଲାଜି ଦଳାଇ, ଭରତ ନାହାକ, ଚନ୍ଦନ ସୁବୁଦ୍ଧି, ଚିନ୍ମୟ ସେନାପତି, ଦୀପକ କୁମାର ନାହାକ, ସଞ୍ଜୟ ଗୌଡ଼, ପ୍ରମୋଦ ସ୍ୱାଇଁ, ଶ୍ରୀଧର ଆଚାର୍ଯ୍ୟ, ପି. ଶ୍ରୀନିବାସ ପୃଷ୍ଟି, ରୁଦ୍ରମଣି ନାହାକ ଆଦି ରକ୍ତଦାନ କରିଥିଲେ । ଯୋଗଗୁରୁ ରବୀନ୍ଦ୍ର ବେହେରା, ଭୀମସେନ ବେହେରା ଓ ରମ୍ଭା ସହରର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସୁଜିତ କୁମାର ବେହେରା, ନିଳାଞ୍ଚଳ ସେନାପତି, ବନବାସ ସେଠି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।