ସୁବର୍ଣ୍ଣରେଖାର ଗାଲୁଡି ଓ କୋରକାଇ ଉପତ୍ୟାକାରେ ବନ୍ୟା : ରାଜଘାଟରେ ବିପଦ ସଂକେତ ନିକଟତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଲଘୁୁଚାପଜନୀତ ବର୍ଷା ଯୋଗୁୁଁ ସୁବର୍ଣ୍ଣରେଖା ନଦୀରର ଉପରମୁଣ୍ଡରେ ଅଦ୍ୟାବଧି ବର୍ଷା ଲାଗି ରହିଛି । ବର୍ଷା ଯେ।ଗୁଁ ନଦୀରର ଉପରମୁଣ୍ଡ ଗୁଲୁୁଡି ଓ କରକାଇ ମାଳ ଅଂଚଳରେ ପ୍ରବଳ ବନ୍ୟା ଦେଖା ଦେଇଥିବା ବେଳେ ଆଜି ଗୁରୁବାର ବାଲେଶ୍ୱର ଜିଲାର ରାଜଘାଟଠାରେ ବିପଦ ସଂକେତ ନିକଟତର ହୋଇଛି । ଏହି ଜଳସ୍ତର ବିପଦ ସଂକେତ ୧୦.୩୬ ମିଟର ଅତିକ୍ରମ କରିବା ସହିତ ଜଳେଶ୍ୱର, ଭୋଗରାଇର ବିସ୍ତିର୍ଣ୍ଣ ଅଂଚଳ ମାଡି ଯିବାର ସମ୍ଭାବନା ଦେଖା ଦେଇଛି । ପ୍ରାପ୍ତ ଖବରରୁ ପ୍ରକାଶ ଅଦ୍ୟାବଧି ସୁବର୍ଣ୍ଣରେଖା ଉପରମୁଣ୍ଡରେ ମୋଟ ୧୨୫୦ ମିମି ବର୍ଷା ହୋଇଥିବା ବେଳେ ଉପରମୁଣ୍ଡ କରକାଇ ଓ ଗାଲୁଡି ଠାରେ ଜଳପତ୍ତନ ବିପଦ ସଂକେତ ବହୁ ଉର୍ଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ନଦୀର ଆଦିତ୍ୟପୁରରେ ମଧ୍ୟ ବନ୍ୟାପାଣି ବିପଦ ସଂକେତ ଡେଇଁଥିବା ଜଣାଯାଇଛି । ଆଜି ମଧ୍ୟରାତ୍ରରେ ରାଜଘାଟଠାରେ ୧୦.୩୬ ଅତିକ୍ରମ କରିବାକୁ ଥିବା ଜଳ ସେଚନ ବିଭାଗ ପକ୍ଷରୁ କୁୁହାଯାଉଥିବା ବେଳେ ଏହା ଆହୁରି ବଢିବ ବୋଲି ସୂଚନା ଦିଆଯାଇଛି । ଉପର ମୁଣ୍ଡରେ ପ୍ରାୟ ୧୫ଟି ଫାଟକ ଖୋଲା ଥିବାରୁ ପ୍ରତି ସେକେଣ୍ଡରେ ୨ଲକ୍ଷ ଘଟଫୁଟ ପାଣି ପ୍ରବାହିତ ହେଉଥିବାର କୁହାଯାଇଛି । ସୁବର୍ଣ୍ଣରେଖା ନଦୀର ଜଳଳପତ୍ତନ ବୃଦ୍ଧି ପାଇଥିବାରୁ ବର୍ଷା ଜଳ ସମତଳ ଅଂଚଳରୁ ନିଷ୍କାସନ ହୋଇନପାରି ବୃଦ୍ଧି ପାଇବାରେ ଲାଗିଛି । ପୁଣି ସମୁଦ୍ର ଜୁଆରିଆ ଥିବାରୁ ବନ୍ୟାପାଣି ନିଷ୍କାସନରେ ବାଧା ସୃଷ୍ଟି ହୋଇଛି । ପ୍ରତି ଗାଁରେ ଲୋକଙ୍କ ଘରେ ବର୍ଷାପାଣି ପଶିବା ଏପରିକି ଚୁଲି ଭିତରେ ପାଣି ଥିବାରୁ ରନ୍ଧାବଢା ହୋଇପାରୁନଥିବାରୁ ପଲିଥିନ ଓ ସୁଖିଲା ଖାଦ୍ୟ ଲାଗି ବିିଭିନ୍ନ ସ୍ଥାନରୁ ଦାବି ହେଉଛି । ଦୁର୍ଗତଙ୍କୁ ପଲିଥିନ ଅବିଳମ୍ବେ ନ ଯୋଗାଇଲେ ବର୍ଷାଯୋଗୁଁ ଅଧିକ ଘର ଭାଂଗିବା ସଂପର୍କରେ ବହୁ ବ୍ୟକ୍ତି ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି । ଏକ ବଡ ବନ୍ୟା ଆସୁଥିବାର ଖବର ପାଇ ଜଳସଂପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଲିବସ୍ତା ରଖି କର୍ମଚାରୀମାନେ ଜଗି ରହିଛନ୍ତି । ନଦୀର କେତେକ ସ୍ଥାନରେ ପାଣି ଘୋଳିଆ ପଡୁଥିବାର ଲୋକେ କହିଛନ୍ତି । ପ୍ରତିକୂଳ ପାଗ ଯୋଗୁଁ ଚଳିତବର୍ଷ ବନ୍ୟାରେ ଅଧିକ କ୍ଷତି ଘଟିବ ବୋଲି ସୂଚନା ମିଳୁଛି ।

ରିପୋର୍ଟ : ଭୂପତି ପରିଡା