ସୁବର୍ଣ୍ଣରେଖାରୁ ବେଆଇନ୍ ବାଲି ପରିବହନ ବେଳେ ଡମ୍ପର ଜବତ୍ କଲେ ତହସିଲଦାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ମହମ୍ମଦନଗର ପାଟଣା ଠାରେ ଆଜି ଭୋର ସମୟରେ ଏକ ବେଆଇନ୍ ବାଲି ବୋଝେଇ ଡମ୍ପରକୁ ଜବତ୍ କରାଯାଇଛି । ଓଡି୦୧ଏବି-୪୨୯୧ ଡମ୍ପରଟି ବାଲି ପରିବହନ କରୁଥିବା ବେଳେ ଅତର୍କିତ ଭାବେ ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଓ ଆର୍‌ଆଇ ମାନସ ବେହେରାଙ୍କ ସହିତ ଏନ୍‌ଫୋର୍ସମେଣ୍ଟ ଟିମ୍ ଓ ପୋଲିସ୍ ଚଢାଉ କରି ତହସିଲ ପରିସରକୁ ଆଣିଥିଲେ । ଏହିପରି ଭାବେ ପ୍ରତିଦିନ ବେଆଇନ୍ ବାଲି ପରିବହନକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇ ଆସୁଥିବାରୁ ତହସିଲଦାରଙ୍କ ଏହି ଚଢାଉ ହୋଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା