ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ

କଟକ (ସମୃଦ୍ଧ ଓଡିଶା )ଅଗ୍ନିଶମ ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇ ପି ଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ। ପୂର୍ବତନ ଅଗ୍ନିଶମ ଡିଜି ବିନୟତୋଷ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତ ଦେଇଥିଲେ ରାଜ୍ୟ ସରକାର। ଏହା ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ସ୍ପେଶାଲ ଡିଜି ପୁଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ଯ୍ୟ ତୁଲାଉଥିଲେ। ତା’ ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନ ସିଟିର ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। ସେ ବ୍ରହ୍ମପୁର  ପୋଲିସ ଜିଲ୍ଲାରେ ଏସ ପି ଥିବା ବେଳେ ଷ୍ଟୋନ ମ୍ୟାନ ହତ୍ୟା କାଣ୍ଡର ଖୁଲାସା କରିଥିଲେ । ଅଗ୍ନିଶମ ବିଭାଗ ପରି ଏକ ଜରୁରୀକାଳୀନ ବିଭାଗର ଉନ୍ନତି ପାଇଁ ସେ ଦକ୍ଷତାର ସହ କାର୍ଯ୍ୟ କରିବେ ବୋଲି ଦାୟିତ୍ୱ ଗ୍ରହଣ କରିବା ପରେ କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।