ସି.ପି.ଆଇ(ଏମ୍) ତରଫରୁ ସହିଦ୍ ଦିବସ ପାଳନ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ୧୯୬୮ ମଇ ମାସ ୨୩ ତାରିଖ ତତ୍କାଳୀନ ରାଜ୍ୟ ସରକାରଙ୍କ ପୋଲିସର ଗୁଳିରେ ଖାଦ୍ୟ ପାଇଁ ଆସିଥିବା ହଜାର ହଜାର ଲୋକଙ୍କ ଉପରେ ଜଳେଶ୍ଵର ତହସିଲ ଅଫିସ ସାମନାରେ ନିର୍ବିଚାର ଭାବରେ ଗୁଳି ଚାଳନା ଏବଂ ୨ ଜଣ ସହିଦ୍ ହେବା ଘଟଣା ଆଜି ବି ଲୋକଙ୍କ ମନରୁ ଲିଭି ଯାଇନି । ଶିବ ଏବଂ ସାଧୁ ୫୩ ବର୍ଷ ତଳେ ଯେଉଁ ଖାଦ୍ୟ ପାଇଁ ଆନ୍ଦୋଳନରେ କମ୍ୟୁନିଷ୍ଟ ପାର୍ଟି ପତକା ତଳେ ଏକଜୁଟ ହୋଇଥିଲେ ଆଜି ବି ସେହି ଆନ୍ଦୋଳନ ଶେଷ ହୋଇନାହିଁ । କୋଭିଡ ଭଳି ମହାମାରୀ ମୁକାବିଲାରେ ରାଜ୍ୟ ଓ କେନ୍ଦ୍ର ସରକାର ବିଫଳ । କେନ୍ଦ୍ର ସରକାରଙ୍କ ନୀତି ଫଳରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ଆକାଶ ଛୁଆଁ । କୋଭିଡ-୨ରେ ବ୍ୟାପକ ଜୀବନ ହାନି ହେଉଛି । ଡାକ୍ତରଖାନାରେ ଅକ୍ସିଜେନ ନାହିଁ, ଭେନ୍ଟିଲେଟର୍, ଆସିଇୟୁ ଏବଂ ଔଷଧ ମଧ୍ୟ ନାହିଁ । ଠିକା ଶ୍ରମିକ ଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନେ ଲକଡାଉନ୍ ପାଇଁ ଚାକିରିରୁ ବହିଷ୍କାର ହୋଇ ଘରେ ବସି ରହିଛନ୍ତି । ନୂତନ ନିଯୁକ୍ତି ନାହିଁ । ଫଳରେ ହଜାର ହଜାର ବେକାର୍ । ଆଜି ମେ ୨୩ ସହିଦ୍ ଦିବସ ପାଳନ ପାଇଁ ସିପିଆଇ (ଏମ୍) ତରଫରୁ ରାଜପୁର ଠାରେ ଥିବା ସହିଦ ବେଦିରେ ପୁଷ୍ପ ମାଲ୍ୟ ଦେବା ସହିତ ଲାଲ୍ ଝଣ୍ଡା ଉତ୍ତୋଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସେଠାରେ ଉପସ୍ଥିତ ଥିବା ପାର୍ଟିର ନେତୃମଣ୍ଡଳୀ ୧୯୬୮ ଖାଦ୍ୟ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ବ୍ୟାପକ ଜନ ଆନ୍ଦୋଳନର ଆହ୍ୱାନ ଦେଇଥିଲେ । ଆଜିର ସହିଦ୍ ଦିବସ ପାଳନ ଅବସରରେ ସାଥୀ ଗଣେଶ ପାତ୍ରଙ୍କ ସଭାପତିତ୍ବରେ ଦିଲ୍ଲୀପ ଗିରି, ସିତାଂଶୁ ସେନାପତି, ଶିଶିର ହୁଇ, ଦିଲ୍ଲୀପ ପରିଡ଼ା, ବଙ୍କିମ ବିଶ୍ୱାଳ, ପ୍ରକାଶ ଦେ, ଶଦାଶିବ ମହାପାତ୍ର, ସୁବ୍ରତ ବିଶ୍ଵାଳ, ପ୍ରଫୁଲ୍ଲ ମହାନ୍ତି, ଯଦୁନାଥ ବିନ୍ଧାଣୀ, ରାଧାଶ୍ୟାମ ବିଶ୍ଵାଳ, ଶଙ୍କର ଜେନା, ମୁଷା ପ୍ରଧାନ ପ୍ରମୁଖ ନେତୃତ୍ୱ ଓ ବକ୍ତବ୍ୟ ରଖିବା ସହିତ କାର୍ଯକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମେ ଶିଶିର ହୁଇ ସହିଦ୍ ଦିବସର ଲାଲ୍ ପତାକା ଉତ୍ତୋଳନ କରିଥିଲେ ।