ସିରିଡିସାଇ ମନ୍ଦିରର ୫ମ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ କୃଷ୍ଣନଗର ଅଂଚଳରେ ଥିବା ସିରିଡିସାଇ ମନ୍ଦିରର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଶୁକ୍ରବାର ଅନୁଷ୍ଠିତ ଉତ୍ସବରେ ବାବାଙ୍କ ପାଲିଙ୍କି ଯାତ୍ରା, ଅଭିଶେଷ, ହୋମ ଯଜ୍ଞ ଓ ପ୍ରସାଦସେବନ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଳକା ଆରତୀ, ସଂଧ୍ୟା ଆରତୀ, ମଧ୍ୟାହ୍ନ ଆରତୀ ଓ ସେଜ ଆରତୀ ଇତ୍ୟାଦି ଅନୁଷ୍ଠିତ ହେବା ସହିତ ମନ୍ଦିରକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଟ୍ରଷ୍ଟର ସଭାପତି ସୁବିର ସେନାପତି, ସଂପାଦକ ଭାସ୍କର ସ୍ୱାଇଁ, ସୁବ୍ରତ ରଣା, ବିକାଶ ଧର, ତପନ ପାତ୍ର, ସମୀର କର୍ମକାର, ବିଶ୍ୱଜିତ୍ ସାହୁ, ସାଧୁଚରଣ ପରିଡା, ଅରକ୍ଷୀତ ସାହୁ ପ୍ରମୁଖ ଭକ୍ତମାନେ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି ପରିଡା