ସିବିଆଇକୁ ଦିଆଯିବ ବାହନଗା ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ- ରେଳ ମନ୍ତ୍ରୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ସିବିଆଇକୁ ଦିଆଯିବ ବାହନଗା ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ବୋଲି ବର୍ତ୍ତମାନ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଲେଣି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତଦନ୍ତ ହେବ। ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ତେଣୁ ଏହି ଦୁର୍ଘଟଣା ପଛରେ ଆହୁରି ଅନେକ କିଛି ରହିଥିବା ଅନୁମାନ କରାଯାଉଛି ।