ସିପିଏମ୍‌ର ଶତବର୍ଷ ପୂର୍ତ୍ତୀ ଉତ୍ସବ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଠିକ୍ ୧୦୦ ବର୍ଷ ପୂର୍ବରୁ ଏପରି ଅକ୍ଟୋବର ୧୭ ତାରିଖରେ ତାସକେଣ୍ଟଠାରେ ବ୍ରିଟିସ୍ ପୋଲିସ୍‌କୁ ଚକମା ଦେଖାଇ ଭାରତ ପଳାଇ ଆସିଥିବା କିଛି ଯୁବକ ଗଠନ କରିଥିଲେ କମ୍ୟନିଷ୍ଟି ପାର୍ଟି । ତ୍ୟାଗ ଓ ସଂଗ୍ରାମର ୧୦୦ ବର୍ଷ ଇତିହାସ କହିଲେ କମ୍ୟୁନିଷ୍ଟ ଆନ୍ଦୋଳନ ହିଁ ବୁଝାଏ । କୃଷକ, ଶ୍ରମିକ, ମେହନତ ଗରିବ ପାଇଁ ଲଢି ଆସିଛି ସିପିଏମ୍ ଦଳ । ସେହି ଅବସରରେ ଜଳେଶ୍ୱର ଆଂଚଳିକ କମିଟି ସ୍ଥାନୀୟ ଭଂଜ ଭବନଠାରେ ୧୦୦ ବର୍ଷ ପୁର୍ତ୍ତୀ ଅବସରରେ ଏକ ଉତ୍ସବ ସଂଗଠିତ କରିଛି । ସ୍ୱାଧୀନତା ଆନ୍ଦୋଳନରେ କମ୍ୟୁନିଷ୍ଟି ମାନଙ୍କର ସାଲିସ୍ ବିହୀନ ସଂଗ୍ରାମ ଥିଲା ଏକ ନିର୍ଣ୍ଣାୟକ ମୋଡ । ସାମ୍ରାଜ୍ୟବାଦ ଓ ଜମିଦାରୀ ପ୍ରଥା ବିରୋଧରେ ସକ୍ରିୟ ଭୂମୀକା ଗ୍ରହଣ କରିବା, ଭାଗଚାଷୀଙ୍କୁ ଅଧିକାର, ଲଂଗଳ ଯାହାର ଜମି ତାହାର ଭଳି କୃଷକ ବିଦ୍ରୋହ ଆରମ୍ଭ କରିଥିଲେ ସିପିଏମ୍ ଦଳ । ଭଶେ ଭିତ୍ତିକ ରାଜ୍ୟ ଗଠନ କରି ଓଡିଶାରେ କମ୍ୟୁନିଷ୍ଟ ଦଳ ଆତ୍ମ ତ୍ୟାଗ ଓ କଠୋର ସଂଗ୍ରାମ କରି ଯାଇଛନ୍ତି । ସ୍ୱାଧୀନତାର ୭୨ବର୍ଷ ଭିତରେ କେରଳ, ପଶ୍ଚିମବଂଗ ଓ ତ୍ରିପୁରାରେ ସରକାର ଗଠନ କରିବା, ଭୁସଂସ୍କାର ଆଇନ୍ ବଳରେ ଭୂମୀ ହୀନଙ୍କୁ ଜମି ବଣ୍ଟନ କରିବା ଐତିହାସୀକ ପଦକ୍ଷେପ । ସାପ୍ରଦାୟୀକତାବାଦ ବିରୋଧରେ ଆଜିବି ସଂଗ୍ରାମ ଜାରି ରହିଛି ବୋଲି ଶତବର୍ଷ ଉତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ସ୍ୱାଧୀନତା ଗଣତନ୍ତ୍ରକୁ ରକ୍ଷା କରିବାଲାଗି କମ୍ୟୁନିଷ୍ଟ ନେତାଙ୍କ ପ୍ରାଣବଳୀ ଆଜିବି ଜଜ୍ଜୋଲମାନ ହୋଇ ରହିଛି । ସଭାଆରମ୍ଭରେ ସହୀଦ ମାନଙ୍କ ଲାଗି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ୱରେ ଜିଲା ସଂପାଦକ ଶିଶିର କୁମାର ହୁଇ, ସିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦି, ତାପସୀ ପ୍ରହରାଜ, ପଲ୍ଟୁ ଦାସ, ରତନ ଦାସ, ଦିଲ୍ଲୀପ ପରିଡା, ଜୀବନ ପରିଡା, ରବିନ୍ଦ୍ର ବାରିକ, ସେକ୍ ଅବଦୁଲ ସାଦ୍ଦିକ, ଗଣେଶ ଭୂୟାଁ, ଜତିନ୍ ଜେନା, ରାମଚନ୍ଦ୍ର ଦେ, ଆରତୀ ପଲାଇ, ବସନ୍ତ ପ୍ରଧାନ, ଲକ୍ଷ୍ମୀକାନ୍ତ ପଳାଇ, ନିଖିଲ ଜେନା, କାଦ ମାରାଣ୍ଡି, କାହ୍ନୁ ସିଂ, ଅଧିର ହୁଇ, ମଦନ ମହାଲି, ବଂକିମ ବିଶ୍ୱାଳ, ଅଶ୍ୱିନୀ ପ୍ରଧାନ, ଭାଗବତ ପ୍ରଧାନ, ଗଣେଶ ପାତ୍ର, ପ୍ରକାଶ ଦେ, ସବିତା ଭୂୟାଁ, ଚନ୍ଦନ ଶତପଥି, ରାଜକୁମାର ଆଚାର୍ଯ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ରତନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।