ସିପିଏମ୍‌ର ୨୩ତମ ପାର୍ଟି କଂଗ୍ରେସରେ ଗୃହୀତ ପ୍ରସ୍ତାବର ସମୀକ୍ଷା, ସାମ୍ପ୍ରଦାୟିକ ଶକ୍ତିଠାରୁ ଭାରତକୁ ରକ୍ଷା ଲାଗି ସଚେତନତା ଓ କର୍ମ ତତ୍ପରତା ଆବଶ୍ୟକ : ଜନାର୍ଦ୍ଦନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ନୂଆବଜାର ଭଂଜ ଭବନ ପରିସରରେ ସିପିଆଇଏମ୍ ପକ୍ଷରୁ ଆୟୋଜିତ ସଭାରେ ଦଳର ୨୩ତମ ପାର୍ଟି କଂଗ୍ରେସରେ ଗୃହିତ ରାଜନୈତିକ ଓ ସାଂଗଠନିକ ପ୍ରସ୍ତାବ ଉପରେ ଆଲୋଚନା ହୋଇ ଯାଇଛି । କେରଳର କନୁର ଠାରେ ଏପ୍ରିଲ ୬-୧୦ଯାଏ ପାର୍ଟି କଂଗ୍ରେସ ସଂପର୍କରେ ପର୍ଯ୍ୟାଲୋଚନା କରାଯାଇଥିଲା । ୨୦୧୪ ପରଠାରୁ ଆମ ଦେଶରେ ସମ୍ପ୍ରଦାୟିକ ଓ ବିଭାଜନକାରୀ ମାନଙ୍କ ଶକ୍ତିବୃଦ୍ଧି ପାଇବାରେ ଲାଗିଛି । ଦେଶର ଆର୍ଥକ ସଂକଟ ବେଳେ ରାଷ୍ଟ୍ରାୟତ ସମ୍ପତିକୁ ବିକ୍ରି କରାଯାଉଥିବା ବେଳେ ଯୁବ ଶକ୍ତିକୁ ହେୟ ଜ୍ଞାନ କରାଯାଇଛି । ଏଥିରେ ସିପିଆଇଏମ୍‌ର ବରିଷ୍ଠ ନେତା ଜନାର୍ଦ୍ଦନ ପତି ଯୋଗ ଦେଇ ସାମ୍ପ୍ରଦାୟିକ ଶକ୍ତି ଠାରୁ ଭାରତର ଗଣତନ୍ତ୍ରକୁ ରକ୍ଷାଲାଗି ଆବାଳ ବୃଦ୍ଧବନିତା ଆଗେଇ ଆସିବାକୁ ଆଡ୍ୱାନ ଦେଇଥିଲେ । ସଚେତନ ବ୍ୟକ୍ତି, ମହିଳା, ଯୁବକ, ଶ୍ରମିକ ମଜଦୁର, କୃଷକ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ସିପିଆଇଏମ୍ ଦେଶରେ ଏକ ନବକଳେବର ଓ ବୃହତ୍ ଶକ୍ତି ଗଡିବା ଲାଗି ଯୋଜନା କରିଥିବା ସଂପର୍କରେ କହିଥିଲେ । ଉକ୍ତ ଆଲୋଚନା ସଭାରେ ଜଳେଶ୍ୱର ଆଂଚଳିକ କମିଟି ସଂପାଦକ ଦିଲ୍ଲିପ ଗିରି ସଭାପତିତ୍ୱ କରିଥିଲେ । ଜିଲା ସମ୍ପାଦକ ଶିଶିର ହୁଇ, ରାଜ୍ୟ କମିଟି ସଭ୍ୟ ସୀତାଂଶୁ ସେନାପତି, ଜିଲା ସଂପାଦକ ମଣ୍ଡଳୀ ସଂପାଦକ ଦିପ୍ତିମାନ ଆଚାର୍ଯ୍ୟ, ଭୋଗରାଇ ସଂପାଦକ ବିଶ୍ୱଜିତ୍ ଦାସ, ଗୌରହରୀ ମହାନ୍ତି, ରାଇବଣିଆର କାଦୁଅ ମାରାଣ୍ଡି, ରତନ ଦାସ, ଜିତାଂଶୁ ନନ୍ଦି, ପଲ୍ଟୁ ଦାସ, ଦିଲ୍ଲିପ ପରିଡା, ଜୀବନ ପରିଡା, ସେକ୍ ଅବଦୁଲ ସାଦ୍ଦିକ, ରବିନ୍ଦ୍ର ବାରିକ, ବସନ୍ତ ଦାସ, ଲକ୍ଷ୍ମୀଧର ପଲାଇ, ସେକ୍ ମମିଜିମୁଦ୍ଦିନ, ସେକ୍ ଜମିରୁଦ୍ଦିନ, ଧିରେନ୍ଦ୍ର ଦେ, ଇନ୍ଦୁମାଧବ ମହାନ୍ତି, ମମି ପଣ୍ଡା, ଗଣେଶ ଭୂୟାଁ, ସବିତା ସାହୁ, ଗଣେଶ ପାତ୍ର, ପ୍ରକାଶ ଦେ, ଭାଗବତ ପ୍ରଧାନ ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା