ସିପିଆଇଏମ୍ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ସିପିଆଇ(ଏମ୍‌) ଓ ସିଆଇଟିୟୁ ସୁଗୋ ଶାଖା ପକ୍ଷରୁ ୬ଦଫା ଦାବିରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସରପଂଚଙ୍କ ନିଳମ୍ବନ ପରେ ଅଚଳାବସ୍ଥା ଲାଗି ରହିବାରୁ ସରକାରୀ କାର୍ଯ୍ୟ ତ୍ୱରାନ୍ନିତ ଲାଗି ୩ ମାସ ପରେ ନାଏବ ସରପଂଚଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । କୋର୍ଟର ଆଦେଶ ବଳରେ ସରପଂଚ ପୁୁନଃ ଅବସ୍ଥାପିତ ହେବା ପରେ ଅଦ୍ୟାବଧି କୌଣସି ଉନ୍ନୟନ କାର୍ଯ୍ୟ ହୋଇପାରି ନାହିଁ । ପଞ୍ଚାୟତ ନିର୍ବାଚନ ନିକଟ ହୋଇଥିବାରୁ ଲୋକଙ୍କୁ ସେମାନଙ୍କ ନ୍ୟାୟ ବିଳିବାରେ ଅହେତୁବ ବିଳମ୍ବ ହେବା ସମ୍ଭାବନା ରହିଛି । ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ବକେୟ ଅର୍ଥ ପୈଠ କରିବା, ଆବାସ ଯୋଜନାରେ ହିତାଧିକାରୀଙ୍କୁ ଜବ୍‌କାର୍ଡ ମଧ୍ୟମରେ ଟଙ୍କା ଦେବା, ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବା, ଆଚରଣ ବିଧି ଲାଗୁ ପୂର୍ବରୁ ସମସ୍ତ ଉନ୍ନୟନ କାର୍ଯ୍ୟ ସମାପ୍ତ କରିବା, ଅତ୍ୟାବଶ୍ୟକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ରୋକିବା ଇତ୍ୟାଦି ଦାବିରେ ପଲ୍ଟୁ ଦାସ, ମଦନ ମାହାଲି, ଗଣେଶ ଜେନା, ସବିତା ଭୂୟାଁ, ଅଜିତ୍ ଦାସ, ଶରତ ମହାନ୍ତି, କୁନା ଟୁଡୁ, ସପନ କର, ଗଗନ ଗିରି, ପ୍ରଦୀପ ଦାସ, ମମତା ରାଜ, ସୂର୍ଯ୍ୟକାନ୍ତ ପାତ୍ର, ସୁଜିତ୍ କୁଅଁର ପ୍ରମୁଖ ଗଣବିକ୍ଷୋଭରେ ସାମିଲ ହୋଇଥିଲେ । ଏ ସମ୍ପର୍କରେ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା