ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ଗ୍ରାମ କମାପଡିଆସ୍ଥିତ ଖେଳପଡିଆରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଥିବା ବେଳେ ରାଜପୁର ଦଳ ଗୋକର୍ଣ୍ଣପୁର ଦଳକୁ ୮ ୱିକେଟରେ ହରାଇ ବିଜୟୀ ହୋଇଥିବା ଜଣାପଡିଛି । ସିଦ୍ଧି ବିନାୟକ କ୍ରିକେଟ ସଂଘ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ବ୍ଳକର ୮ଟି ଦଳକୁ ଆୟୋଜିତ କରିଥିବା ବେଳେ ଉଦଘାଟନୀ ପ୍ରଥମ ମ୍ୟାଚରେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ତଥା ସମାଜସେବୀ ଏମ୍.ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ଜ୍ଵଳନ କରିବା ସହ କ୍ରୀଡ଼ା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିପରି କୁଶପଡା ସରପଞ୍ଚ ପ୍ରତିନିଧି ଏସ୍.ଗାନ୍ଧୀ ଦୋରା, ନାଏବ ସରପଞ୍ଚ ପ୍ରତିନିଧି ଆର୍.ଦେବହରୀ ଦୋରା, ବିଜେଡି ଯୁବନେତା ଏମ୍.ବାଲାଜୀ ରେଡ୍ଡୀ, ଜି.ସନ୍ତୋଷ ଦୋରା, ସମୀର ସ୍ୱାଇଁ ପ୍ରମୁଖ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ହୋଇ ବ୍ଲକର ବିଭିନ୍ନ ଗ୍ରମାରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଉଭୟ ଦଳର ଖେଳାଳୀମାନଙ୍କୁ ଭାଇଚାରା ମନୋଭାବ ନେଇ ଖେଳିବାକୁ ପରାମର୍ଶ ଦେବାସହ ଶାନ୍ତି ଶୃଙ୍ଖଳା ବଜାୟ ରଖିପାରିବେ ତେବେ ଭବିଷ୍ୟତରେ ଜଣେ କ୍ରୀଡ଼ାବିତ ଉତ୍ତମ ଖେଳାଳି ରୂପେ ଗଢା ହୋଇପାରିବ ବୋଲି ପ୍ରକାଶ କରିଥିଲେ । ଆଜିକାର ଉଦଘାଟନୀ ମ୍ୟାଚରେ ବ୍ଲକର ରାଜପୁରର ଜୟ ଜଗନ୍ନାଥ ଟିମ୍ ଓ ଗୋକର୍ଣ୍ଣପୁରର ହୋମ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାଜପୁର ଦଳର ଅଧିନାୟକ ଟସ ଜିତି ବିପକ୍ଷ ଗୋକର୍ଣ୍ଣପୁର ଟିମ୍ ପ୍ରଥମେ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରିତ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଗୋକର୍ଣ୍ଣପୁର ଟିମ୍ ୧୦ ଓଭରରେ ୨ ୱିକେଟ ହରାଇ ୮୬ ରନ କରିଥିଲା ପ୍ରତିବାଦରେ ରାଜପୁର ଦଳର ପ୍ରଥମରୁ ବିପକ୍ଷ ଦଳର ବୋଲର ମାନଙ୍କୁ ଆକ୍ରମଣ ସଟ୍ ଖେଳି ମାତ୍ର ୬ ଓଭରରେ ୨ ୱିକେଟ ହରାଇ ୯୨ ରନ କରି ବିଜୟ ହୋଇଥିଲା । ରାଜପୁର ଦଳର ଦୀପକ ବିଷୋୟୀ ମାତ୍ର ୧୮ ବଲରେ ଦ୍ରୁତ ୩୭ ରନ କରିଥିବା ଯୋଗୁଁ ଶ୍ରେଷ୍ଠ ଖେଳାଳୀ ଭାବେ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିକ୍ରମ ମହାରଣା ଓ ମଳୟ ପାଢ଼ୀ ପରିଚାଳନା କରିଥିବା ବେଳେ ଅଶ୍ବିନୀ ସାହୁ, ସଂଘ ସଭାପତି ଏସ୍.ଶ୍ରୀକାନ୍ତ ଦୋରା, ସଂପାଦକ ବି.ଜିତେନ୍ଦ୍ର ଦୋରା, କୋଷାଧ୍ୟକ୍ଷ ଚନ୍ଦନ ସେଠୀ, ନବୀନ ମହାରଣା, ବି. ଚନ୍ଦନ ଦୋରା, ସନ୍ତୋଷ ଦୋରା, କୃଷ୍ଣଚନ୍ଦ୍ର ମହାରଣା ପ୍ରମୁଖ ସଂଘ ସଦସ୍ୟ ଉପସ୍ଥିତ ରହି ଆୟୋଜିତ କ୍ରୀଡାଉତ୍ସବକୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା