ସାମ୍ବାଦିକ ମାନେ ରକ୍ତ ଦାନ କରି ରକ୍ତ ଦାତାଙ୍କୁ କଲେ ଉତ୍ସାହିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁରରେ ସବୁଜ ବାହିନୀ ତରଫରୁ ବଡ ମେଡିକାଲ୍ ରକ୍ତ ଭଣ୍ଡାର ଠାରେ ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଯାଇଛି l ପ୍ରତିବର୍ଷ ଜୁନ୍ ୧୪ରେ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାଯାଏ । ଜନସାଧାରଣଙ୍କୁ ରକ୍ତଦାନ ବିଷୟରେ ସଚେତନ କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ କରିବାକୁ ଉତ୍ସାହିତ କରିବା ଏହି ଦିବସର ମୂଳ ଲକ୍ଷ୍ୟ ଅଟେ l ବିଶ୍ୱରେ ଆବଶ୍ୟକତା ତୁଳନାରେ ଉପଲବ୍ଧ ହେଉଥିବା ରକ୍ତର ପରିମାଣ ଯଥେଷ୍ଟ କମ୍ ତେଣୁ ଅନେକ ଲୋକ ଅକାଳରେ ମୃତ୍ୟୁ ବରଣ କରନ୍ତି l ଲୋକମାନେ ସ୍ୱଇଚ୍ଛାରେ ରକ୍ତ ଦାନ କରିବାକୁ ଆହ୍ବାନ ଦେଇଥିଲେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ l ଆଜିର ଅନୁଷ୍ଟିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ଓ ଧର୍ମପତ୍ନୀ ଶିବାନୀ ପାତ୍ର ଉଭୟ ପ୍ରଥମେ ରକ୍ତ ଦାନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ, ସାମ୍ବାଦିକ ଆଶୀର୍ବାଦ ରାଉତ, ସମୀର ରଥ, ଦେବାଶିଷ ଆଚାର୍ଯ୍ୟ, ପ୍ରଫୁଲ୍ଲ ବେହେରା, ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ଦିଲ୍ଲୀପ କୁମାର, ନିରଞ୍ଜନ ପଣ୍ଡା, ସନିଆ ଗୌଡ, ସତ୍ୟମ୍ ସାହୁ, ମହନ୍ତ ନୃତ୍ୟ ଗୋପଲ୍ ଦାସ ସମେତ ବହୁ ଯୁବକ ସ୍ୱଇଚ୍ଛାରେ ଆସି ରକ୍ତଦାନ କରିଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା