ସାପ କାମୁଡାରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ ଗୁରୁତର…

ବୁଗୁଡା (ସମୃଦ୍ଧ ଓଡିଶା) ଆଜି ସକାଳ ସମୟରେ ନିଜ ଜମିରେ ଘାସ ସଫା କରିବା ବେଳେ ବିଷଧର ସାପ କାମୁଡାରେ ବୁଗୁଡା ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ସହାୟକ ଗୁରୁତର । ଗୁରୁତର ଜଣଙ୍କ ହେଲେ ବୁଗୁଡା ବ୍ଳକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ଆଦିପୁର ଗ୍ରାମର ସୁରେନ୍ଦ୍ରନାଥ ବିଷୋୟୀ ବୋଲି ଜଣାପଡିଛି । ସୂଚନା ମୁତାବକ ସୁରେନ୍ଦ୍ରନାଥ ନିଜ ଗ୍ରାମ ଆଦିପୁରରେ ଥିବା ନିଜ ଜମିକୁ ସଫାସୁତୁରା କରିବା ପାଇଁ ଯାଇଥିଲେ । ସେଠାରେ କୋଦାଳ ଧରି ଘାସ ସଫା କରିବା ସମୟରେ ସୁରେନ୍ଦ୍ରନାଥଙ୍କ ବାମ ହାତର ବୁଢା ଆଙ୍ଗୁଠିକୁ ଏକ ବିଷଧର ସାପ କାମୁଡି ଥିଲା । କାମୁଡିବା ଫଳରେ ସେ ଚିତ୍କାର କରୁଥିଲେ, ତାଙ୍କର ଚିତ୍କାର ଶୁଣି ଆଖପାଖରେ କାମ କରୁଥିବା ଗ୍ରାମ ଲୋକ ଆସି ତାଙ୍କୁ ବୁଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଦେଖି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରିଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା