ସାଂସଦ ନ ଥିଲେ ବି ଗରିବ ଲୋକଙ୍କୁ ଭଲ ପାଉଥିବା ସେହି ମହାନ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି ଗରିବଙ୍କ ଗହଣରେ …

ଭୁବନେଶ୍ୱର(ସମୃଦ୍ଧ ଓଡିଶା) କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନଧରି ଦେଶରେ ଲକ ଡାଉନ ଯୋଗୁଁ ଲୋକମାନେ କାମ ଧନ୍ଧା ହରାଇ ଉପାର୍ଜନ ଶୂନ୍ୟ ହୋଇ ମୁଠାଏ ଖାଇବା ପାଇଁ ରାହା ଖୋଜୁଥିବା ବେଳେ ସେମାନଙ୍କ ଦୁଃଖରେ ସାମିଲ ହୋଇ ଧର୍ଯ୍ୟ ଜୁଟାଉଛନ୍ତି ଆମ ଲୋକପ୍ରିୟ ପୂର୍ବତନ ସାଂସଦ ବାବା ପ୍ରସନ୍ନ କୁମାର ପାଟ୍ଟଶାଣୀ । ସାଂସଦ ନ ଥିଲେ ବି ଗରିବ ଲୋକଙ୍କୁ ଭଲ ପାଉଥିବା ଏହି ମହାନ ବ୍ୟକ୍ତିଜଣଙ୍କୁ ଦେଖିବାକୁ ମିଳୁଛି ସାଧାରଣ ଲୋକଙ୍କ ଗହଣରେ । ସେ ତାଙ୍କର କିଛି ସମର୍ଥକଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ଥିବା ବସ୍ତି ବାସିନ୍ଦା ଓ ସାହି ବାସିନ୍ଦାଙ୍କୁ ଭେଟି ସେମାନଙ୍କ ଅସହାୟତାର ଧର୍ଯ୍ୟ ହୋଇଛନ୍ତି ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ । ଲୋକଙ୍କୁ ଭଲପାଇବା ଓ ସାଧାରଣ ଲୋକଙ୍କ ପାଖେ ରହିବା ତଥା ସେମାନଙ୍କ ସୁଖ ଦୁଃଖ ରେ ଭାଗିଦାର ହୋଇ ଯଥା ସମ୍ଭବ ସେମାନଙ୍କୁ ସହଯୋଗ କରିବା ହେଉଛି ତାଙ୍କର ଚିରାଚରିତ ଏକ ଅଭ୍ୟାସ । ସେଥିପାଇଁ ଏତେ ବଡ ଲୋକ ହୋଇଥିଲେ ବି ସେ ସର୍ବଦା ଅତି ସରଳ ଓ ଉଦାସୀନ ଜୀବନ ବିତାଇ ଥାନ୍ତି । ସେଭଳି ବ୍ୟକ୍ତିଙ୍କୁ ଆଜି ରାଜନୀତିରେ ହିରୋଜିଅମ ଯୋଗୁଁ ଅବହେଳା କରାଯାଇଥିବା ଉଦବେଗର କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।

ରିପୋର୍ଟ : ସୁଧୀର ପଟ୍ଟନାୟକ , ଫୋଟୋ : ବଳରାମ ତରାଇ