ସାଂସଦଙ୍କ ୧୫ନଂୱାର୍ଡ ନହଞ୍ଜରା ଗସ୍ତ : ଥଇଥାନ ଯୋଜନାକୁ ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକାର ୧୫ନଂ ୱାର୍ଡ ନହଞ୍ଜରାଠାରେ ପ୍ରସ୍ତାବିତ ୩୫୬ଜଣ ବିସ୍ତାପିତଙ୍କୁ ଜାଗାମିଶନ ଜରିଆରେ ଥଇଥାନ କରିବା ଲାଗି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଦଳମତ ନିର୍ବିଶେଷରେ ଗ୍ରାମବାସୀ ବିରୋଧ କରି ଆସୁଛନ୍ତି । ଅତୀତରେ ୨ଥର ପ୍ରଶାସନକୁ ଗ୍ରାମବାସୀ ବିରୋଧ କରିଥିବା ବେଳେ ଗତ ୨୪ ତାରିଖରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ସାମ୍ବାଦିକଙ୍କ ସମ୍ମିଳନୀରେ ଅନଶନର ଧମକ୍ ଦିଆଯାଇଛି । କୌଣସି ସରକାରୀ ଯୋଜନାକୁ ଗ୍ରାମବାସୀ ବିରୋଧ କରୁନଥିବା ବେଳେ ଥଇଥାନ ଯୋଜନାରେ ଅନ୍ୟ ଅଂଚଳର ଲୋକଙ୍କୁ ବସତିସ୍ଥାପନ କରିବା ଲାଗି ଗ୍ରାମବାସୀ ରାଜି ହୋଇ ପାରି ନାହାନ୍ତି । ଏ ସମ୍ପର୍କରେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଗତ ଶନିବାର ସଂଧ୍ୟାରେ ଉକ୍ତ ସ୍ଥାନକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ନଗର ସଭାପତି ଫାଲଗୁନି ପାଣିଗ୍ରାହୀ, ସାଂସଦ ପ୍ରତିନିଧି ସାନ୍ତନୁ ପଟ୍ଟନାୟକ, ପୂର୍ବତନ ଜିଲା ଉପସଭାପତି ଅରୁଣ କୁମାର ବେଜ, କାଉନ୍‌ସିଲର ଉମା ହେମ୍ବ୍ରମ, ଶିବନାରାୟଣ ମହାପାତ୍ର, ଚନ୍ଦନ ଦାସ, ସସ୍ମିତା ପାତ୍ର, ଆଦିତ୍ୟ ନାରାୟଣ ପାତ୍ର, ପୂର୍ବତନ ନଗରପାଳ ପ୍ରବିର ପ୍ରଧାନ, ଦୂର୍ଗା ଭୂୟାଁ, ଜଗନ୍ନାଥ ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା