ସହିଦ୍ ଭଗତ୍ ସିଂ ସ୍ମୃତି କମିଟି ପକ୍ଷରୁ ରକ୍ତଦାନ ଶିବିର : ୩୩ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସମୟରେ ଜିଲା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଥିବାରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ମାନ ଅନୁଷ୍ଠିତ ହୋଇ ଆସୁଛି । ଆଜି ଉପାନ୍ତ ଲକ୍ଷ୍ମଣନାଥ ରେଳ ଷ୍ଟେସନ ଦୁର୍ଗା ମଣ୍ଡପରେ ସହିଦ୍ ଭଗତ୍ ସିଂ ସ୍ମୃତି କମିଟି, ନେହେରୁ ୟୁଥ୍ କ୍ଲବ, ନିୟୁ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ମିଳିତ ଭାବେ ଆୟୋଜିତ ଶିବିରକୁ ତହସିଲଦାର ଶଂକର ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ । ଏଥିରେ ମୋଟ ୩୩ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲା ରକ୍ତଦାତା ସଂଘର ସଭାପତି କମଳଚକ୍ରବର୍ତ୍ତୀ, ସୁଦର୍ଶନ ଦାସ, ଟୁଲପ୍ଲାଜା ମେନେଜର ଶଶିଭୂଷଣ କୁମାର, ତ୍ରିଲୋଚନ ଦାସ ଅଧିକାରୀ, କାର୍ତ୍ତୀଚନ୍ଦ୍ର ଦାସ, ମନୋରଂଜନ ଦାସ, ରବିନ୍ଦ୍ର ଦାସ, ଅକ୍ଷୟ ବାରିକ, ରବିନ୍ଦ୍ର ବାରିକ, ପ୍ରଦୀପ ଜେନା, ସୁଦାମ ପାତ୍ର, ନିଶିକାନ୍ତ ଦାସ, ରାଜେଶ ଜେନା, ସୁଶିଲ ଜେନା, ସପନ ଜେନା, ଉତ୍ତମ ପ୍ରଧାନ, ସଂଜିବ ଦାସ, କିଶୋର ପାତ୍ର, ଅର୍ଜୁନ ସିଂ, ପ୍ରଫୁଲ୍ଲ ବାରିକ, ସୁଜିତ୍ ପାତ୍ର, ଅକ୍ଷୟ ଜେନା, ରାଜୀବ ଜେନା, ନିଖିଲ ଜେନା, ବସନ୍ତ ପ୍ରଧାନ, ଜ୍ଞାନ୍ଦ୍ରେ ଜେନା, ସଂଜୟ ଦାସ, ମାର୍କଣ୍ଡ ଗିରି, ଦିଲ୍ଲିପ ଗିରି ପ୍ରମୁଖ ସହାୟତା କରିଥିଲେ । ଡାକ୍ତର ମହେଶ ବିଶ୍ୱାଳ, ବିଜୟ ପଟ୍ଟନାୟକ, ରାକେଶ ମିଶ୍ର, ଅଜୟ ମହାପାତ୍ର ରଂକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି ପରିଡା