ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ପାଇଁ ଗଞ୍ଜାମ ନାଟ୍ୟ କଳାକାରଙ୍କ ଉତ୍ତରପ୍ରଦେଶ ଗସ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉତ୍ତରପ୍ରଦେଶର ଆଜମଗଡ଼ ଠାରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଭାଗନେବା ପାଇଁ ଗଂଜାମ ଜିଲ୍ଲାର ୧୦ ଜଣ କଳାକାର ବୁଧବାର ଉତ୍ତରପ୍ରଦେଶର ଆଜମଗଡ଼ ଗସ୍ତ କରିଛନ୍ତି । ଅଗ୍ରଣୀ ନାଟ୍ୟସଂସ୍ଥା ଆଶିଷ ଅଂଶୁମାନ ସୌଖିନ କଳାକାର ସଂଘ ତରଫରୁ ରାଜଗୋପାଳ ପାଢ଼ୀଙ୍କ ନେତୃତ୍ୱରେ ଯାଇଥିବା ଏହି ନାଟ୍ୟଦଳ ଆଜମଗଡ଼ରେ ଓଡ଼ିଆ ନାଟକ “ଶାପିତ ପୁତ୍ର” ମଞ୍ଚସ୍ଥ କରିବ । ନାଟକର ରଚନା ଓ ନିର୍ଦ୍ଦେଶନା ରାଜଗୋପାଳ ପାଢ଼ୀ ଦେଉଥିବା ବେଳେ ନାଟକରେ ଅରୁଣ ସାହୁ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି । ନାଟ୍ୟଦଳରେ ଅନ୍ୟମାନଙ୍କ ଦୀନବନ୍ଧୁ ଶତପଥୀ, ସିଏଚ.ଦେବଦାସ, ସଦାନନ୍ଦ ରଣା, ସୁଶାନ୍ତ ପାଣିଗ୍ରାହୀ, ଭଗବାନ ମଲ୍ଲିକ, ପ୍ରଣତି ପାତ୍ର, ନିରୁପାରାଣୀ ପାଢ଼ୀ ଓ ଅଂଶିକା ଅନ୍ବିତା ପାଢ଼ୀ ପ୍ରମୁଖ ଗସ୍ତ କରଛନ୍ତି । ପୂର୍ବରୁ ଶାପିତ ପୁତ୍ର ନାଟକ ବିହାରର ବରିଆରପୁର ସହିତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଯାଗାରେ ସଫଳତାର ସହ ମଞ୍ଚସ୍ଥ ହୋଇ ଖୁବ ପୁରସ୍କାର ଓ ପ୍ରଶଂସା ସାଉଁଟି ଥିବା ବେଳେ ଏବେ ପୁଣିଥରେ ନାଟକର ସଫଳତା ପାଇଁ ଦଳ ଆଶା ରଖିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା