ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ…

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ.ପ୍ରଫୁଲ୍ଲ କୁମାର ମହାନ୍ତି (କୁଳପତି, ଖଲିକୋଟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର) ଯୋଗ ଦେଇ ଉଦଘାଟନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ସ୍ଵାଗତ ଭାଷଣ ପ୍ରଦାନ ପୂର୍ବକ ଅତିଥି ପରିଚୟ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ଅଧକ୍ଷତା କରିଥିଲା ବେଳେ ସମ୍ମାନିତ ଅତିଥି ଭାବରେ ଆଇଜର ବ୍ରହ୍ମପୁରର ଡାଇରେକ୍ଟର ପ୍ରଫେସର କେ ଭି ଆର ଚ୍ୟାରି ଏବଂ ଗୋଷ୍ଠି ଶିକ୍ଷାଧିକାରୀ, ଛତ୍ରପୁରର ସୀତାରାମ ପାତ୍ର ଅନୁଷ୍ଠାନର ସମ୍ପାଦକ ଓଡିଶା ହାଇକୋର୍ଟର ଆଇନଜୀବି ପଦ୍ମଚରଣ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବରିଷ୍ଠ ଆଚାର୍ଯ୍ୟ ଟି.ସୁରେଶ କୁମାର ଆଚାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ପଦ୍ମଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଏ.ରାବଣା ରାଓଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଇଥିବା ବେଳେ ପରିଚାଳନା ସମିତିର ଉପସଭାପତି ଗୀତା ପାଢୀ, ସହ  ସମ୍ପାଦକ ଦିଲ୍ଲିପ କୁମାର ବେହେରା, ସଦସ୍ୟା ସୁନୀତା ସେଠୀ, ସଦସ୍ୟ  ରାମ ପ୍ରସାଦ ପଟ୍ଟନାୟକ ଯୋଗଦାନ କରିଥିଲେ । ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀ ଏବଂ କୃତୀ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା