ସରକାରୀ ସ୍ଥାନରୁ ଜବରଦଖଲ ହଟିଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ତହସିଲ ଅନ୍ତର୍ଗତ ଜମାଳପୁର ରାଜସ୍ୱ ନିରିକ୍ଷକଙ୍କ ଅଧିନରେ ବାଘମାରୀ ଗାଁର ସରକାରୀ ସ୍ଥାନରେ ରହିଥିବା ଜଣେ ବ୍ୟକ୍ତିକୁ ଜବର ଦଖଲରୁ ହଟାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ବର୍ତ୍ତନା ପଂଚାୟତର ଲାକୟା ଟୁଡୁଙ୍କ ପୁଅ ଲୁବୁ ଟୁଡୁ ଗତ କିଛିଦିନ ଧରି ବାଘମାରୀ ଗାଁର ଉପସ୍ୱାସ୍ଥ୍ୟ କେନ୍ଦ୍ର ଚିହ୍ନଟ ସ୍ଥାନ ନିକଟରେ ଘର କରି ରହିଥିଲା । ଗ୍ରାମବାସୀଙ୍କ ପକ୍ଷରୁ ଯେତେ ତାଗିଦ୍ କଲେ ମଧ୍ୟ ସେ ସେଠାରୁ ଯାଉନଥିଲା । ଗ୍ରାମବାସୀଙ୍କ ପକ୍ଷରୁ ତହସିଲଦାରଙ୍କ ଠାରେ ବାରମ୍ବାର ଅଭିଯୋଗ ହେବା ପରେ ଆଜି ତହସିଲଦାର ସ୍ମୃତି ରଂଜନ ମଲ୍ଲିକ, ଏସ୍‌ଡିପିଓ ଅଂକିତା କୁମ୍ଭାର, ଆଇଆଇସି ରେଜାଲିନ୍ ବେହେରା, ଆର୍‌ଆଇ ଦିଲ୍ଲିପ ଚାନ୍ଦ, ସୃଷ୍ଟଧର ପଟ୍ଟାୟତ, ପ୍ରଭୁରାମ କାୟସ୍ତ ଜବରଦଖଲ ଉଚ୍ଛେଦର ସହାୟତା କରିଥିବା ବେଳେ ସରପଂଚ ପ୍ରବୀର ଦାସ, ସଂଗ୍ରାମ ପଟ୍ଟନାୟକ, ସରୋଜ ରାଉତ, ଗ୍ରାମମୁଖ୍ୟ କରୁଣାକର ଜେନା, ମନୋରଂଜନ ରାଉତ, ସୁବଳ ପ୍ରମାଣିକ, ଖଗେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକ।।ଯୋଗ୍ୟ ଗତ ୧୫ ଦିନ ତଳେ ମୟୂରଭଂଜ ଜିଲାରୁ ରଂଜିତ ହେମ୍ବ୍ରମକୁ ତା ଶ୍ୱଶୁର ଦାସମତ ମାରାଣ୍ଡି ଆଣି ବାଘମାରୀ ଗାଁର ଉକ୍ତ ସରକାରୀ ସ୍ଥାନରେ ଗୃହ କରି ରଖାଇଥିଲେ ମଧ୍ୟ ଏହାକୁ ଜବରଦଖଲ ମୁକ୍ତ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା