ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁରେ ବିଶ୍ଵ ହାତୀ ଦିବସ ପାଳିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗନ୍ଦିଆ ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦେଓଗାଁରେ ଇକୋ କ୍ଲବ ଆନୁକୁଲ୍ୟରେ ବିଶ୍ଵ ହାତୀ ଦିବସ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଗଷ୍ଟ ବାର ତାରିଖରେ କୋଭିଡ୍ ନିୟମ ଅନୁସାରେ ପାଳନ କରାଯାଇଅଛି । ଏହା ପୂର୍ବରୁ ହ୍ୱାଟ୍ସଅପ ମାଧ୍ୟମରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜୟଦେବ ଶତପଥୀ ମୂଲ୍ୟାୟନ କରିଥିଲେ । ଜଗଦୀଶ ପତି ପ୍ରଥମ ହୋଇଥିଲା ବେଳେ ଅଙ୍କିତ ରଞ୍ଜନ ରାଉତ ଦ୍ଵିତୀୟ ଓ ଶ୍ରୀୟା ସୁରୂଚି ଖଟୁଆ ତୃତୀୟ ହୋଇଥିଲେ । ଏତତ୍ ବ୍ୟତୀତ ଅନ୍ୟ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କୋଭିଡ୍ ନିୟମ ଅନୁସାରେ ପ୍ରଦାନ କରାଯିବା ବୋଲି ଇକୋକ୍ଲବ୍ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷକ ହରିହର ସାହୁ ମତ ପ୍ରକାଶ କରିଥିଲେ ।

ରିପୋର୍ଟ : ଶୁଭମ ପାଣି