ସରକାରୀ କର୍ମଚାରୀମାନେ ଲାଞ୍ଚୁଆ ହୋଇଗଲେଣି କି ? ପୁଣି ଭିଜିଲାନ୍ସ ଜାଲରେ କର୍ମଚାରୀ ..

ନୂଆପଡା(ସମୃଦ୍ଧଓଡିଶା)ରାଜ୍ୟରେ ସରକାରୀ କର୍ମଚାରୀମାନେ କଣ ଲାଞ୍ଚୁଆ ହୋଇଗଲେ କି ? ଟିଭି ଖୋଲିବା କ୍ଷଣି ଦେଖିବେ ଖାଲି ଭିଜିଲାନ୍ସ ରେଡ। ପ୍ରତିଦିନ କେହି ନା କେହି କର୍ମଚାରୀ ଭିଜିଲାନ୍ସ ଜାଲରେ ପଡି ଗିରଫ ହେଉଥିବା ଖବର ଆସୁଛି । ଏବେ କିଛିଦିନ ହେଲା ମହିଳା କର୍ମଚାରୀମାନେ ଭିଜିଲାନସ ଜାଲରେ ପଡୁଥିବା ଖବର ବହୁ ମାତ୍ରାରେ ଆସୁଛି। ତେଣୁ ଜଣାଯାଉଛି କର୍ମଚାରୀମାନେ ଅଧୁନା ଲାଞ୍ଚୁଆ ଅର୍ଥଲୋଭୀ ହୋଇଗଲେଣି। ୟାକୁ ସୁଧାରକୁ ଆଣିବା ପାଇଁ ବଳିଷ୍ଠ ପ୍ରଶାସନର ଆବଶ୍ୟକତା ରହିଛି । ଆଜି ସକାଳୁ ସକାଳୁ ଜଣେ ବରିଷ୍ଠ ସହାୟକ ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି । ନୂଆପଡା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସଞ୍ଜୟ ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌ କରୁଛି । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ଗତ ୨୦୨୨ ରେ ଭିଆରଏସ ନେଇଥିବା ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତଙ୍କ ପେନସନ କାଗଜ କରେଇଦେବାପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଫରେଷ୍ଟ ଗାର୍ଡ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଭିଜିଲାନ୍ସ ବିଭାଗକୁ ଲିଖିତ ଭାବେ ଜଣେଇଥିଲେ। ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ବିଭାଗ ମାଡିବସି ବରିଷ୍ଠ ସହାୟକ ସଞ୍ଜୟ ବାଗକୁ ଗିରଫ କରିଛି। ବରିଷ୍ଠ ସହାୟକଙ୍କ ସରକାରୀ କାର୍ଯ୍ୟାଳୟ ଓ ତାଙ୍କ ମିଶନ ସ୍ଥିତ ବାସଭବନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି।