ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷଡ଼ଙ୍ଗୀ ରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ବୈଠକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅକ୍ଟୋବର ୯ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସାପ୍ତାହିକ କାର୍ଯ୍ୟ ନିର୍ଘଣ୍ଟ ସହଶିକ୍ଷା କାର୍ଯ୍ୟ, ହ୍ବାଟସ୍ଅପ୍ ମାଧ୍ୟମରେ ପାଠ ପ୍ରେରଣ, ପିଲାମାନଙ୍କର ଶିକ୍ଷଣ ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଛି । ସ୍ଥାନୀୟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଅର୍ଜୁନ ସେଠୀ, ଶିକ୍ଷକ ବିମଳ କିଶୋର ବିହାରୀ, ଅଜିତ ରାଉତ ଶିକ୍ଷୟିତ୍ରୀ ଚଞ୍ଚଳା ସାହୁ, ହିରଣ୍ୟମୟୀ ପଣ୍ଡା, ସର୍ମିଷ୍ଠା ବେହେରା, ସସ୍ମିତା ମହାନ୍ତି, ମଧୁମିତା ପ୍ରଧାନ ଉପସ୍ଥିତି ହୋଇ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶିକ୍ଷକ ଅଜିତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।