ସମାଜ ଏଜେଣ୍ଟଙ୍କ ମାତୃ ବିୟୋଗ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଦୈନିକ ସମାଜର ଖବର କାଗଜ ପୁରାତନ ଏଜେଣ୍ଟଭାବେ କାର୍ଯ୍ୟ କରୁଥିବା ଅଜିତ୍ କୁମାର ସାହୁଙ୍କ ମାତୃ ବିୟୋଗ ବିଧବାର ମଧ୍ୟରାତ୍ରିରେ ହୋଇ ଯାଇଛି । ଅଜିତ୍ ବାବୁଙ୍କ ବାପା ଗିରିଧାରୀ ସାହୁ ମଧ୍ୟ ସମାଜର ଏଜେଣ୍ଟ ଭାବେ କାର୍ଯ୍ୟ କରିଛନ୍ତି । ବୁଧବାର ରାତ୍ରୀ ୧୨ଟାରେ ଭୁରୁକୁଣ୍ଡା ବାସଭବନରେ କୁନ୍ତଳା କୁମାର ସାହୁଙ୍କର ବିୟୋଗ ଘଟିଥିଲା । ପୁଅ ଅଜିତ୍‌, ସଂଜିତ୍‌, ବିଜୟ, ରଣଜିତ୍ ଓ ବିଶ୍ୱଜିତଙ୍କ ପରିବାର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ଗାଁ ଶ୍ମସାନରେ ସାନପୁଅ ବିଶ୍ୱଜିତ୍ ମୁଖାଗ୍ନି କରିଥିବା ବେଳେ ପରିବାରବର୍ଗ, ଝିଅ ଜ୍ୱାଇଁ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ । ଗାଁ’ର ବହୁ ଲୋକ ଶେଷ ଦର୍ଶନ କରିଥିଲେ ।