ସମାଜସେବୀ ସୁଦର୍ଶନ ଦାସଙ୍କ କକାଙ୍କ ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନ ୩ଟାରେ ପୂର୍ବତନ ପ୍ରଧାନ ଶିକ୍ଷକ, ଶିକ୍ଷକ ଆନ୍ଦୋଳନର ଅନ୍ୟଜଣେ ପୁରଧା, ଦକ୍ଷ ଶିକ୍ଷକ ଓ ବିଭିନ୍ନ ସାମାଜିକ ଆନ୍ଦୋଳନରେ ନିଜକୁ ସାମିଲ ରଖିଥିବା ନିତ୍ୟାନନ୍ଦ ଦାସଙ୍କ ୬୭ବର୍ଷୀୟ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ପରଲୋକ ହୋଇଛି । ସେ ମଧୁମେହ ଓ କିଡ୍‌ନୀ ଜନୀତ ରୋଗରେ ପିଡିତ ଥିଲେ । କଂଗ୍ରେସ ରାଜ୍ୟ ମୁଖପାତ୍ର ଓ ରାଜୀବଗାନ୍ଧି ପଂଚାୟତରାଜ ସଂଗଠନର ଅଧ୍ୟକ୍ଷ ତଥା ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ସେ ଥିଲେ କକା । ସୁଦର୍ଶନ ଦାସଙ୍କ ୬ବର୍ଷ ବୟରେ ମାତୃବିୟୋଗ ହୋଇଥିବାରୁ ତାଙ୍କର ଏହି କାକାହିଁ ଅଦ୍ୟାବଧି ମାର୍ଗଦର୍ଶକଭାବେ କାର୍ଯ୍ୟ କରି ଆସୁଥିଲେ । ମୁୃତ୍ୟୁଶର୍ଯ୍ୟା ନିକଟରେ ନିତ୍ୟାନନ୍ଦ ଦାସଙ୍କ ପୁତ୍ର ସବ୍ୟସାଚୀ, ଝିଆ ସଂଯୁକ୍ତା ଓ ସସ୍ମିତା, ସ୍ତ୍ରୀ ବିନତୀ ଓ ସୁଦର୍ଶନ ବାବୁଙ୍କ ପରିବାର ଉପସ୍ଥିତ ଥିଲେ । ତାଙ୍କୁ ତାଙ୍କ ଗ୍ରାମତମ୍ବାଖୁରୀ ଗାଁର ଶ୍ମାସାନରେ ମୁଖାଗ୍ନି ଦିଆଯିବାର ବ୍ୟବସ୍ଥା ହୋିଛି ।