ସମାଜସେବୀ ପ୍ରମୋଦ ଭୂଷଣ୍ଡ ସ୍ମୃତି ଆଲୋଚନା ଚକ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟା ୬ ଘଟିକା ସମୟରେ ସିମିଳିଆ ଗ୍ରାମର ସ୍ୱବାସଭବନରେ ଅଧ୍ୟାତ୍ମବାଦୀ ସମାଜସେବୀ ତଥା ସ୍ୱସ୍ତି ରେଷ୍ଟୁରାଣ୍ଟର ପ୍ରତିଷ୍ଠାତା ସ୍ୱର୍ଗତଃ ପ୍ରମୋଦ କୁମାର ଭୂଷଣ୍ଡ (ଭରତ ଭାଇ)ଙ୍କର ଷଷ୍ଠ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତି ଆଲୋଚନା ଚକ୍ର ମହାମାରୀ କୋଭିଡ-୧୯/କୋରୋନାର ସମସ୍ତ ନିୟମ ଅନୁପାଳନ କରି ନିରାଡ଼ମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି ବାହାଦୂର ପଟ୍ଟସାହାଣୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱୀୟବକ୍ତବ୍ୟରେ ମଣିଷ ନିଜ ସ୍ୱାର୍ଥରେ ମଜ୍ଜି ରହି ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି ନଯାଇ ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିବା ଉଚିତ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ । ସ୍ୱର୍ଗତଃ ଭୂଷଣ୍ଡ ଏହାର ଏକ ବ୍ୟତିକ୍ରମ ଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଭାବରେ ଶିକ୍ଷାବିତ ଡା. ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ସରିତା ପଟସାହାଣୀ, ମମତା ମିଶ୍ର, ବିନାୟକ ମିଶ୍ର ଓ ଧୀରେନ ମିଶ୍ର ପ୍ରମୁଖ ସ୍ଵୀୟ ଅଭିଭାଷଣରେ ସ୍ୱର୍ଗତଃ ଭୂଷଣ୍ଡଙ୍କର ବହୁ ମୂଖୀ ପ୍ରତିଭା, ଆଧ୍ୟାତ୍ମିକ ଚିନ୍ତାଧାରା ଓ ସମାଜସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ତାଙ୍କୁ ଅମର କରିପାରିଛି ବୋଲି ଦୃଢ଼ ମତପୋଷଣ କରିଥିଲେ । ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ପ୍ରାରମ୍ଭରେ ମଙ୍ଗଳାଚରଣ ଗାନ ଓ ଅନ୍ତିମ ପର୍ଯ୍ୟାୟରେ ଶାନ୍ତିପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କର ଅନ୍ତରଙ୍ଗ ବନ୍ଧୁ, ପରିବାରବର୍ଗ ଓ ସଜ୍ଜନ ମଣ୍ଡଳୀ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ ପ୍ରଦାନ କରିଥିଲେ । ପରିଶେଷରେ ସ୍ୱର୍ଗତଃ ଭୂଷଣ୍ଡଙ୍କ ଜ୍ୟେଷ୍ଠ ପୁତ୍ର ବ୍ୟଙ୍ଗକବି ପୃଥ୍ୱୀଦୀପ୍ତ ଭୂଷଣ୍ଡ ସଭାରେ ସଭାପତିତ୍ୱ କରି କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା ।