ସମନ୍ଵିତ ଶିଶୁ ବିକାଶକୁ ଆହୁରି ତ୍ୱରାନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ:ରାଜ୍ୟରେ ୧୦୮ଟି ନୁଆଁ ପଦବୀ ସୃଷ୍ଟି…

ଭୁବନେଶ୍ବର(ସମୃଦ୍ଧ ଓଡିଶା )ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶକୁ ଆହୁରି କ୍ରିୟାଶୀଳ ସ୍ବଛ ଉତ୍ତରଦାୟୀ କରିବା ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ସମନ୍ଵିତ ଶିଶୁ ବିକାଶକୁ ତ୍ୱରାନ୍ନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟରେ ୧୦୮ଟି ନୁଆଁ ପଦବୀ ସୃଷ୍ଟି.କରିଛନ୍ତି । ଏହିଦୃଷ୍ଟିରୁ ରାଜ୍ୟ ସରକାର ଆଜି ଆଇ ସି ଡି ଏସରେ
୧୦୮ ଟି ନୂଆଁ ପଦବୀ ସୃଷ୍ଟିକୁ ମଂଜୁରୀ ଦେଇଛନ୍ତି । ଏସଂପର୍କରେ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।ଉପଖଣ୍ଡ ଏବଂ ଜିଲ୍ଲା ସ୍ତରରେ ୯୩ ଟି ପ୍ରୋଗ୍ରାମ ଅଫିସର ପଦବୀ ସୃଷ୍ଟି କରାଯାଇଛି। ଏଥିସହିତ ୧୩ ଟି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଏବଂ ଦୁଇ ଉପସଚିବ ସ୍ତରର ପଦବୀ ସୃଷ୍ଟି କରାଯାଇଛି । ପ୍ରୋଗ୍ରାମ ଅଫିସରମାନେ ସିଡିପିଓଙ୍କ ଅଧିନରେ ମିଶନ ଶକ୍ତି, ମମତା ଏବଂ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମର ତଦାରଖ କରିବେ । ପ୍ରୋଗ୍ରାମ ଅଫିସର ପଦବୀରେ ମହିଳାଙ୍କୁ ନିଯୁକ୍ତି ମିଳିବ । ଏଥିପାଇଁ ବାର୍ଷିକ ୯କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।