ସବ ଡିଭିଜନ ସ୍ତରୀୟ ଡାକ ମେଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ପଞ୍ଚାୟତ ସମିତି ଅନ୍ତର୍ଗତ କାଇଁଚପୁର ଗ୍ରାମ ପଞ୍ଚାୟତର ମାଳିଜଗନ୍ନାଥପୁର ଗ୍ରାମ ସ୍ଥିତ ବାଲି ଲୋକନାଥ ମନ୍ଦିର ଠାରେ ଛତ୍ରପୁର ଉପ ଡାକମଣ୍ଡଳ ତରଫରୁ ସହ ଡାକ ଅଧିକ୍ଷକ ଏମ ସଞ୍ଜୟ କୁମାର ଦୋରାଙ୍କ ପୌରହିତ୍ୟରେ ଡାକ ବ୍ୟବସାୟ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ଡାକ ମେଳାରେ ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସନମାନିତ ଅତିଥିଭାବେ ପୂର୍ବତନ ଗଞ୍ଜାମ ପଞ୍ଚାୟତ ସମିତି, ଗଞ୍ଜାମ ଉପାଧ୍ୟାକ୍ଷ ଆର. ଭାଗିରଥି ରେଡ୍ଡୀ, ଗଞ୍ଜାମ ଜିଲ୍ଲାପରିଷଦ ଚଉଦ ନମ୍ବର ଜୋନ୍ ସଦସ୍ୟାଙ୍କ ପ୍ରତିନିଧି ଗଗନ ସ୍ୱାଇଁ ତଥା ମଲାଡ ସମିତି ସଭ୍ୟାଙ୍କ ପ୍ରତିନିଧି ଯୋଗ ଦେଇଥିଲେ l ଇଣ୍ଡିଆ ପୋଷ୍ଟ ପେମେଂଟ ବ୍ୟାଙ୍କ ବ୍ରହ୍ମପୁର ବ୍ରାଞ୍ଚ ସିନିୟର ମ୍ୟାନେଜେର ବିଷ୍ଣୁ ପ୍ରସାଦ ରଥଙ୍କ ସମେତ ବ୍ରହ୍ମପୁର ପୋଷ୍ଟାଲ ଲାଇଫ ଇନ୍ସୁରାନ୍ସ ଡେଭଲପମେଣ୍ଟ ଅଫିସର ରୁଦ୍ର ପ୍ରସନ୍ନ ସାହୁ, ସ୍ଥାନୀୟ ଏମବିକେ, ସିଆରପି, ଅଙ୍ଗନବାଡ଼ି କର୍ମୀ ସମୂହ ଓ ଏସହେଚଜି ସଦସ୍ୟା ତଥା ଶତାଧିକ ଗ୍ରାମବାସୀ ଉପସ୍ଥିତ ରହି ଡାକ ବିଭିନ୍ନ ସେବା ଯଥା ସୁକନ୍ୟା ସମୃଦ୍ଧି ଆକାଉଣ୍ଟ, ଡାକ ଜୀବନ ବୀମା, ଗ୍ରାମୀଣ ଡାକ ଜୀବନ ବୀମା, ଡାକ ସଂଚୟ ଜମା,ଡାକ ଆରଡି ଜମା, ପିପିଏଫ ଜମା, ସିନିଅର ସିଟିଜନ ଜମା, ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନ ମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଆଧାର ସେବା, କମନ ସର୍ଭିସ ସେବା ଯଥା ଫୋନ ଵିଲ, ପାଣି ଵିଲ, ବିଦ୍ୟୁତ ଵିଲ ଜମା, ନୁଆଁ ପାନ କାର୍ଡ ଆବେଦନ, ଜନ୍ମ ପଞ୍ଜିକରଣ ପ୍ରମାଣ ପତ୍ର ଆବେଦନ ପ୍ରଭୃତି ସେବା ଓ ପାସଫୋଟୋ ଆବେଦନ, ଆଇପିପିବି ଦ୍ୱାରା ବ୍ୟଙ୍କିଙ୍ଗ ସେବା ଓ ଜେନେରାଲ ଇନସୁରେନ୍ସ ସେବା କିଭଳି ଡାକ ଘର ଦ୍ୱାରା ଦ୍ୱାର ପାଖରେ ଉପଲବ୍ଧ ହେଉଛି ତାହା ବିକ୍ଷିପ୍ତ ଭାବେ ପରସ୍ପରିକ ଆଲୋଚନା କରିଥିଲେ l ପ୍ରତ୍ୟୁଷରୁ ଛତ୍ରପୁର ଉପ ଡାକମଣ୍ଡଳ ଅନ୍ତର୍ଗତ ସବୁ ବିପିଏମ ଓ ଏବିପିଏମ ସ୍ଥାନୀୟ ଶାଖା ଡାକ ପାଳଡି ବାବୁଲା ରେଡ୍ଡୀଙ୍କ ନେତୃତ୍ୱରେ ଘରକୁ ଘର ବୁଲି ବିଭିନ୍ନ ଡାକ ବ୍ୟବସାୟ ଲୋକଙ୍କଠୁ ସଂଗ୍ରହ କରି ତତ୍କାଳ ରସିଦ ଦେଇ ମେଳା ରେ ଯୋଗ ଦେଇଥିଲେ l ଏହି ମେଳାକୁ ପ୍ରତି ପାଞ୍ଚୟତରେ କରି ଆଗାମୀ ଦିନରେ ଗଞ୍ଜାମ ବ୍ଲକର ସବୁ ଗ୍ରାମକୁ ସମ୍ପୂର୍ଣ ଡାକ ଗ୍ରାମରେ ପରିଣତ କରିବା ପାଇଁ ଉପସ୍ଥିତ ଲୋକପ୍ରତିନିଧି ମାନେ ପ୍ରୟାସ କରିବାକୁ ଅକୁଣ୍ଠ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ l ବ୍ରହ୍ମପୁର ପୋଷ୍ଟାଲ ବିଜିନେସ ଏକଜୁଟିଭ ଗୌର ହରି ପଣ୍ଡାଙ୍କ ସଂଯୋଜନା ରେ ଆୟୋଜିତ ଏହି କାଯ୍ୟକ୍ରମ ରେ ସ୍ଥାନୀୟ ପୋଷ୍ଟାଲ ଅଭେରସିର ଦେବରାଜ ନାୟକ ଓ ନଳିନୀ କାନ୍ତ କର ସହଯୋଗ କରିଥିଲେ l ଏହି ମେଳାରେ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀଯୁକ୍ତ ପାଢ଼ୀଙ୍କ ଅନୁରୋଧ ଓ ସହ ଡାକଅଧିକ୍ଷକ ଶ୍ରୀଯୁକ୍ତ ଦୋରାଙ୍କ ପ୍ରୟlସରେ ଛୟାନବେଟି ଗଙ୍ଗାଜଳ ବୋଟଲ ବିକ୍ରି କରାଯାଇଥିଲା l ପରିଶେଷରେ ଶ୍ରୀଯୁକ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା