ସବ ଡିଭିଜନ ସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା ଓ ଡାକ ଜୀବନ ବୀମା ମେଳା ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ଡାକ ଉପମଣ୍ଡଳ ସ୍ତରୀୟ ଗ୍ରାମୀଣ ଡାକ ଜୀବନ ବୀମା ଓ ଡାକ ଜୀବନ ବୀମା ମେଳା ଅନୁଷ୍ଠିତ ଛତ୍ରପୁର ମୁଖ୍ୟ ଡାକଘର ପ୍ରାଙ୍ଗଣରେ ହୋଇଯାଇଛି l ଛତ୍ରପୁର ସହକାରୀ ଡାକ ଅଧିକ୍ଷକ କିରଣ ମାଳା ପଣ୍ଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ମେଳାରେ ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଓ ଛତ୍ରପୁର ମୁଖ୍ୟ ଡାକଘର ଏପିଏମ ଯୋଗେନ୍ଦ୍ର ଗୌଡ଼ ସନମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଚଳିତ ଆର୍ଥିକ ବର୍ଷର ଆଉ ଦିନ କେତେ ଟା ଦିନ ବାକିଥିବା ବେଳେ ଧାର୍ଯ୍ୟ ବ୍ୟବସାୟ ଅର୍ଥାତ ନୁଆଁ ଡାକ ଜମା ଖାତା, ଡାକ ଜୀବନ ବୀମା ପଲିସି, ଗ୍ରାମୀଣ ଡାକ ଜୀବନ ବୀମା ପଲିସି, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ, ପିପିଏଫ ଆକାଉଣ୍ଟ ଖୋଲିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସକାଶେ ଉପସ୍ତିତ ବିପିଏମ ଓ ଏବିପିଏମ ମାନଙ୍କୁ ଆହ୍ୱାନ ଦେଇଥିଲେ l ଏହି ମେଳାରେ ଉତ୍ତମ ବ୍ୟବସାୟ ପ୍ରଦର୍ଶନ ପାଇଁ କୃତି ବିପିଏମ ମାନଂକୁ ବରିଷ୍ଠ ଡାକ ଅଧିକ୍ଷକ ମାନପତ୍ର ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା