ସବୁଠୁ କମ୍‌ ବୟସର ଓଡ଼ିଆ ଝିଅ ପାଇଲେ ଆଇଏଏସ…

ଭୁବନେଶ୍ୱର/ବାଲେଶ୍ୱର (ସମୃଦ୍ଧ ଓଡିଶା) ପ୍ରକାଶିତ ଭାରତୀୟ ସିଭିଲ୍ ସର୍ଭିସ ପରୀକ୍ଷାରେ ଚମକିଛନ୍ତି ଆଉ ଜଣେ ଓଡିଆ । ଭିଲାଇରେ ରହୁଥିବା ଏହି କୃତୀ ପରୀକ୍ଷାର୍ଥୀ ହେଉଛନ୍ତି ସିମି କରଣ । ୩୧ ରାଙ୍କ ହାସଲ କରିଥିବା ସିମି ମାତ୍ର ୨୨ ବର୍ଷ ବୟସରେ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସରେ କୃତକାର୍ଯ୍ୟ ହୋଇଛନ୍ତି । ସିମି ହେଉଛନ୍ତି ଆଇଆଇଟି ମୁମ୍ବାଇର ଛାତ୍ରୀ । ୨୦୧୯ରେ ସେ ସେଠାରୁ ଇଲେକଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ଉତ୍ତୀର୍ଣ୍ଣ ହୋଇଥିଲେ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅନ୍ତର୍ଗତ ସନ୍ତୋଷପୁର ଗାଁ । ତାଙ୍କ ପିତା ଭିଲାଇ ଷ୍ଟିଲ ପ୍ଲାଣ୍ଟର ଫାଇନାନ୍ସ ବିଭାଗରେ ଜେନେରାଲ ମ୍ୟାନେଜର ଭାବେ କାର୍ଯ୍ୟରତ । ତାଙ୍କ ପିତା ମାତା, ଶିକ୍ଷକ ଓ ବନ୍ଧୁମାନଙ୍କୁ ସେ ଏହି ସଫଳତାର ଶ୍ରେୟ ଦେଇଛନ୍ତି । ନାରୀ ସଶକ୍ତିକରଣକୁ ନେଇ ଅନେକ କିଛି କରିବାକୁ ଇଚ୍ଛା ରହିଛି ବୋଲି ସେ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା