ସବଡ଼ିଭିଜନାଲ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟାଡିୟମରେ ସବଡ଼ିଭିଜନାଲ ଆଥଲେଟିକ ଆସୋସିଏସନ ପକ୍ଷରୁ ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏଥିରେ ଜିଲ୍ଲାର ୫୬୫ଜଣ ବାଳକ, ବାଳିକା ୧୫ଟି ବର୍ଗରେ ଅଂଶ ଗ୍ରହଣ କରିଛନ୍ତି । ଏହା ପ୍ରତିଯୋଗିତା କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ । ପ୍ରଥମ ଦିବସରେ ଦୌଡ଼ ଓ ସଟଫୁଟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଆସୋସିଏସନର କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ଅଶୋକ ସାହୁ, ସୁରେନ୍ଦ୍ର କୁମାର ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ବେହେରା, ନବୀନ ଚନ୍ଦ୍ର ବେହେରା, ସୁବର୍ଣ୍ଣବାଳା ବିଷୋୟୀ, ପୂର୍ଣ୍ଣଚନ୍ଦ୍ର ବେହେରା, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା