ସପ୍ତାହାନ୍ତ ସଟ୍‌ଡାଉନ୍ ପରେ ସାପ୍ତାହିକ ହାଟରେ ପ୍ରବଳ ଭିଡ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣକୁ ରୋକିବାଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୪ ଦିନିଆ ଲକଡାଉନ୍ ଘୋଷଣାର ୬ଷ୍ଠ ଦିନରେ ବାଲେଶ୍ୱର ଜିଲାର ଜଳେଶ୍ୱର ସାପ୍ତାହିକ ହାଟରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହୋଇଛି । ୨ ଦିନ ସପ୍ତାହାନ୍ତ ସର୍ଟଡାଉନ ପରେ ହଜାର ହଜାର ପଶ୍ଚିମବଂଗ ଓ ଓଡିଶାର ଲୋକମାନେ ଏହି ହାଟକୁ ଆସିବା ଫଳରେ ସାମାଜିକ ଦୂରତ୍ୱକୁ ଫୁ କରିଥିବା ଦେଖିବାକୁ ମିଳିଛି । ପଶ୍ଚିମବଂଗର ଦାନ୍ତୁନ, ମୋହନପୁର, ନୟାଗ୍ରାମ, ବେଲଦା ଥାନା ଅଂଚଳରୁ ବହୁ ଲୋକ ଓ ବ୍ୟବସାୟୀମାନେ ଏଠାକୁ ଆସିଥିବାରୁ ସ୍ଥାନୀୟ ଲୋକେ ଏହି ଜନସମୁଦ୍ର ଦେଖି ଛାନିଆ ହୋଇ ଯାଇଥିଲେ । ଜଳେଶ୍ୱର ଅଂଚଳରେ ପରିସ୍ଥିତି ଗମ୍ଭୀର ଥିବାରୁ ପ୍ରଶାସନିକ କଟକଣାପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି ।