ସନ୍ୟାସୀ ଚୈତନ୍ୟଙ୍କୁ ଦଳିଦେଲା ଦନ୍ତା ହାତୀ…

ବୁଗୁଡା (ସମୃଦ୍ଧ ଓଡିଶା) ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳରେ ଜାନୁଆରୀ ୩ ତାରିଖ ଅପରାହ୍ନରେ ଏକ ଦନ୍ତାହାତୀ ଜଣେ ସାଧୁଙ୍କୁ ପାଦରେ ଦଳି ଦେଇଥିବା ଜଣାପଡିଛି । ଭାଗବାନପୁର ସେକ୍ସନ ତାଳସର ବିଟରେ ଏକ ଦନ୍ତାହାତୀ ଏକୁଟିଆ ରହୁଥିବା ବେଳେ ଆଜି ସେହି ହାତୀକୁ ବ୍ୟତିବସ୍ତ ହୋଇ ବୁଲୁଥିବା ଦେଖା ଦେଇଥିଲା । ଏହି ଏକୁଟିଆ ଦନ୍ତାହାତୀଟି ଅଳ୍ପ କେତେ ଘଣ୍ଟା ପୂର୍ବରୁ ଜଣେ ବନରକ୍ଷୀଙ୍କୁ ପାଦରେ ଦଳିବା ପାଇଁ ଗୋଡ ଟେକିଥିବା ବେଳେ ବନରକ୍ଷୀ ବୋଲି ଜାଣିବା ପରେ ବନରକ୍ଷୀଙ୍କୁ ଆକ୍ରମଣ ନକରି ଚାଲି ଯାଇଥିଲା । ହେଲେ ସେଠାରୁ ଗଲାପରେ କିଛି ଦୂରରେ ନୂଆଁପଲ୍ଲୀ ରାମପାଦ ଆଶ୍ରମର ସାଧୁ ଚୈତନ ମହାରାଜା(୫୬)ଙ୍କୁ ପାଦରେ ଦଳି ଦେଇଥିବା ବେଳେ ଜଙ୍ଘ ହାଡ଼ ଭାଙ୍ଗି ଥିବା ଜଣାପଡିଛି । ତାଳସର ବନରକ୍ଷୀ ମୁନା ଦାସ ସେହି ଦନ୍ତାହାତୀ ସହ ମୁହାଁମୁହିଁ ହୋଇ ତଳେ ପଡ଼ିଗଲା ପରେ ହାତୀ ପାଡାଟେକି ଦଳିଦେବା ସମୟରେ ଖାକି ପୋଷାକ ଓ ଚିହ୍ନା ମୁହଁ ଦେଖି ଛାଡି ଦେଇଥିବା ବେଳେ କିଛି ଦୂରରେ ସାଧୁ ଜଣଙ୍କୁ ଦେଖି ଦଳିଦେଇଛି । ଘଟଣା ସ୍ଥଳରେ ଏସିଏଫ ଶଙ୍କର୍ଷଣ ବେହେରା ଓ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା ଥିବା ବେଳେ ଗୁରୁତର ଆହତ ସାଧୁଙ୍କୁ ବୁଗୁଡା ମେଡ଼ିକାଲକୁ ଆନିଥିଲେ । ସାଧୁଙ୍କ ବାମ ଗୋଡ ଜଙ୍ଘ ଭାଙ୍ଗି ଯାଇଥିବା ବେଳେ ତାଙ୍କ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଡ଼ଃ.କୁମୁଦ ଚନ୍ଦ୍ର ବେହେରା