ସଚେତନ ନାଗରିକ ଫୋରମର ପ୍ଲେ ସ୍କୁଲ ଶୁଭାରମ୍ଭ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାରେ ଗରୀବ ଲୋକମାନଙ୍କ ସେବା ଉଦ୍ଦେଶ୍ୟରେ ଗଢ଼ି ଉଠିଥିବା ସଂଗଠନ ଢେଙ୍କାନାଳ ସଚେତନ ନାଗରିକ ଫୋରମ ଆଉ ପାଦେ ଆଗକୁ ବଢ଼ି ଚଳିତ ବର୍ଷକୁ ଶିକ୍ଷା ବର୍ଷ ରୂପେ ପାଳନ କରି ଗରୀବ ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏକ ପ୍ଲେ ସ୍କୁଲର ଶୁଭାରମ୍ଭ ଆଜି ପବିତ୍ର ସ୍ୱାଧୀନତା ଦିବସରେ ଆରମ୍ଭ କରାଯାଇଅଛି l ପ୍ଲେ ସ୍କୁଲର ସଭାପତି ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରି ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ସ୍ୱାଧୀନତା ଆନ୍ଦୋଳନ ସନ୍ଦର୍ଭରେ ମାର୍ଗ ଦର୍ଶନ କରିଥିଲେ l ତତ୍ପରେ ପ୍ଲେ ସ୍କୁଲର ଉଦଘାଟନ କରି ଆଜିର ସମାଜରେ ଇଂରାଜୀ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ l ପରେ ବିଦ୍ୟାଳୟର ଅଧ୍ୟକ୍ଷ ପଙ୍କଜ ନାୟକ ବିଦ୍ୟାଳୟଟି ଗରୀବଙ୍କ ସେବାରେ ହେଉଥିଲେ ମଧ୍ୟ ଜିଲ୍ଲାରେ ଥିବା ସମସ୍ତ ପ୍ଲେ ସ୍କୁଲ ଠାରୁ ଉଚ୍ଚ ମାନର ବ୍ୟବସ୍ଥା କରିବା ଉପରେ ଆଲୋକ ପାତ କରିଥିଲେ l ବିନା ପ୍ରବେଶ ଶୁଳ୍କରେ ଛୋଟ ପିଲାମାନଙ୍କୁ ଶିକ୍ଷା ଦାନ ପାଇଁ ନିଷ୍ପତ୍ତି ନିଆ ଯାଇଛି l ଏହି ଧ୍ୱଜାରୋହଣ କାର୍ଯ୍ୟକ୍ରମରେ ଫୋରମର ସମ୍ପାଦକ ଭରତ କୁମାର ଦାଶ, ଜିଲ୍ଲା ମହିଳା ସଭାପତି ପ୍ରଭାତୀ ମହାପାତ୍ର, ଡ଼ ଶାନ୍ତି ଭୂଷଣ ପଣ୍ଡା, ଦୟାନିଧି ବେହେରା, ବିନୋଦ ଅଗ୍ରୱାଲା, କାମାକ୍ଷା ବେହେରା, ରଞ୍ଜିତ ପାଣିଗ୍ରାହୀ, ଅଜୟ ଶଙ୍କର ମିଶ୍ର, ମହେନ୍ଦ୍ର ସାହୁ, ବିଶ୍ୱଜିତ ବରାଳ, ବିନୋଦ ବିହାରୀ ମଲିକ, ନରେନ୍ଦ୍ର ବେହେରା, ଆଇନଜୀବୀ ଦିଲ୍ଲୀପ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ l ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l