ସଙ୍ଗରୋଦ୍ଧ କେନ୍ଦ୍ରରେ ଜନ୍ମ ଦିବସ ପାଳନ କଲେ ପ୍ରବାସୀ ଓଡ଼ିଆ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସଙ୍ଗରୋଦ୍ଧ କେନ୍ଦ୍ରରେ ବହୁ ଆଡ଼ମ୍ବରରେ ଗତକାଲି ତଥା ତା-୬/୮/୨୦ ରିଖ ସନ୍ଧ୍ୟା ୬ ଘଟିକା ସମୟରେ ଜଣେ ପ୍ରବାସୀଙ୍କ ଜନ୍ମ ଦିନ ପାଳିତ ହୋଇ ଯାଇଛି । ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରା.ରା.ପୁର ଗ୍ରାମ ପଞ୍ଚାୟତର ଜମାଳପୁର କ୍ଵାରେଣ୍ଟାଇନ ସେଣ୍ଟାରରେ ଏହି ଜନ୍ମ ଦିବସ ପାଳିତ ହୋଇଛି । ରା.ରା.ପୁର ଗ୍ରାମ ପଞ୍ଚାୟତ ଏକତାଳି ଗ୍ରାମର ପର୍ଶୁରାମ ପାଳ ସୁଦୂର ହାଇଦ୍ରାବାଦରେ କମ୍ପାନି ଚାକିରୀ କରି ଆସୁଥିଲେ । ସେଠାରେ ରହିବା ସମୟରେ ସେଠାକାର ଝିଅକୁ ଭଲ ପାଇ ୮ ମାସ ପୂର୍ବରୁ ବିବାହ କରିଥିଲେ । ମହାମାରୀ କରୋନା ସଂକ୍ରମଣ ହେବାରୁ ସେଠାକାର କମ୍ପାନି ବନ୍ଦ ହୋଇ ଯାଇଥିଲା । ସେଠାରେ ଚଳି ନ ପାରିବାରୁ ସେ ଦୁଇ ଜଣ ନିଜ ଘରକୁ ପଳେଇ ଆସିବା ପାଇଁ ମନସ୍ତ କରି, ସରକାରୀ ନିୟମ ଅନୁସାରେ ଜମାଳପୁର କ୍ଵାରେଣ୍ଟାଇନ ସେଣ୍ଟାରରେ ପହଞ୍ଚିଥିଲେ । ଆଜି ତା-୬/୮/୨୦ ରିଖରେ ପର୍ଶୁରାମ ପାଳଙ୍କ ସ୍ତ୍ରୀ ସୁଇଟି ପାଳର ୨୨ତମ ଜନ୍ମ ଦିନ ଥିବାରୁ ସେମାନେ ସେଠାରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଏକାଠି କରି ଓ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ମହା ଆଡ଼ମ୍ବରରେ କେକ କାଟିବା ସହିତ ସୁସଜ୍ଜିତ ବେଲୁନ ଇତ୍ୟାଦି ଟଙ୍ଗା ଯାଇ ସମସ୍ତ ୭୦ଜଣ ପ୍ରବାସୀମାନଙ୍କୁ ଓ କ୍ଵାରେଣ୍ଟାଇନ ସେଣ୍ଟାରର ସମସ୍ତ ପରିଚାଳନା କମିଟିର ସଦସ୍ୟମାନଙ୍କୁ ମିଠା ଖୁଆଇ ଖୁସି ମନାଇ ଥିଲେ । ସୁଇଟି ପାଳ ଆନ୍ଧ୍ରପ୍ରଦେଶର ଝିଅ ହୋଇ ଥିବାରୁ ସେ ଓଡ଼ିଆ କଥା ବାର୍ତ୍ତା କହିବା କଷ୍ଟ ଅନୁଭବ ହେବା ଦେଖା ଯାଇ ଥିଲା । ଏହି କାର୍ଯ୍ୟକ୍ରମକୁ ସମାଜସେବୀ ସପନ କୁମାର ଦାସ ପରିଚାଳନା କରିଥିବା ବେଳେ ଆଇନଜିବୀ ବିନୋଦ କୁମାର ଗିରି, ନରୋତ୍ତମ ଦାସ, ମନୋରଞ୍ଜନ ଦଳାଇ, ଭଗୀରଥ ପାଳ, ସୁଶାନ୍ତ ଦାସ, ସୁବାସ ବେହେରା, କାହ୍ନୁ ଚରଣ ପାଳ, ଜଳଧର ଭୂୟାଁ, ଶଚିନ୍ଦ୍ର ନାଥ ଜେନା ପ୍ରମୁଖ ପରିଚାଳନା କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା