ସଂକ୍ରମିତ ଅଞ୍ଚଳଗୁଡିକୁ ବିଶୋଧନ କଲା ଅଗ୍ନିଶ୍ରମ ବିଭାଗ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ଏନଏସିର କପିଳି ସାହି, ନାଗୁଲୁପେଟା ସାହି, ରାମ ଲକ୍ଷ୍ମୀ ନଗର ଆଦି ସଂକ୍ରମିତ ଅଞ୍ଚଳରେ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି । ପୂର୍ବରୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସହରର ବିଭିନ୍ନ ସଂକ୍ରମିତ ଅଂଚଳ ଗୁଡିକୁ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ବିଶୋଧନ କରାଯାଇଥିଲା । ଆଜିର ଏହି ବିଷୋଧନ କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସିର ପ୍ରଭାକର ବେହେରା, ମନରଞ୍ଜନ ପାଣିଗ୍ରାହୀ, ଏସ୍ ଡାଲେୟା ରେଡ୍ଡି ପ୍ରମୁଖ ଉପସ୍ଥିତ ରହିଥିଲେ ।